odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ
ଭୁବନେଶ୍ୱର ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ଓଡ଼ିଶାରେ କରୋନା ଲଢ଼େଇ ପାଇଁ ରୁନାୟା ପକ୍ଷରୁ ସହାୟତା,୧୧ ମଇ,ସୋମବାର :- ଏକ ଯୁବ ଷ୍ଟାର୍ଟ-ଅପ୍ ସଂସ୍ଥା ରୁନାୟା ପକ୍ଷରୁ କୋଭିଡ୍-୧୯ ବିରୋଧ ଲଢ଼େଇରେ ଓଡ଼ିଶା ଓ ରାଜସ୍ଥାନରେ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶାର ଝାରସୁଗୁଡ଼ାରେ ସେବା ଓ ସେହଡା ଫାଉଣ୍ଡେସନ ଏବଂ ରାଜସ୍ଥାନର ଭିଲ୍ୱାରା ସହରରେ ଇଣ୍ଡିଆନ୍ ଫାଉଣ୍ଡେସନ ସହଯୋଗରେ ଏହି ସହାୟତା ଦିଆଯାଇଛି । କଂପାନି ପକ୍ଷରୁ ଉଭୟ ରାଜ୍ୟର ଏନ୍ଜିଓଗୁଡ଼ିକୁ ୧୨.୫ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି ।
ଏହି ଏନ୍ଜିଓଗୁଡ଼ିକ ୨୦୦୦ ପରିବାରକୁ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି ଯାହା ସେମାନଙ୍କ ମାସକର ଆବଶ୍ୟକତା ପୂରଣ କରିବ । ଅଲିବାଗ୍ ଜିଲ୍ଲାରେ ଅଟକିଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ସେମାନେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ରୁନାୟାର ୫୦ ପ୍ରତିଶତ କର୍ମଚାରୀ ମହିଳା ହୋଇଥିବା ବେଳେ ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇ ଦିନର ବେତନ ଦାନ କରିଛନ୍ତି । ଏହି ମହତ କାର୍ଯ୍ୟ ଲାଗି ସହଯୋଗ ପ୍ରଦାନ କରିବା ନିମନ୍ତେ ରୁନାୟା ପକ୍ଷରୁ ଟାହା ଇଟଂରନ୍ୟାସନାଲ୍, ମିନୋଭା ଇଟଂରନ୍ୟାସନାଲ୍ ଏବଂ ଭମନ ଇଞ୍ଜିନିୟରିଂ ଭଳି ସହଯୋଗୀ ସଂସ୍ଥାଗୁଡ଼ିକୁ ମଧ୍ୟ ଆହ୍ୱାନ ଦିଆଯାଇଛି ।
ରୁନାୟାର ପ୍ରତିଷ୍ଠାତା ନୈବେଦ୍ୟ ଅଗ୍ରୱାଲ ଓ ଅନନ୍ୟା ଅଗ୍ରୱାଲ ନିରନ୍ତର ବ୍ୟବସାୟ ଉପରେ ବିଶ୍ୱାସ କରୁଥିବା ବେଳେ ପାରିପାଶ୍ୱିର୍କ ସମାଜ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଏହି ଅବସରରେ ସେମାନେ କହିଛନ୍ତି ଯେ, “ରୁନାୟାରେ ଆମେ ବ୍ୟବସାୟ ସହିତ ଆମର ନିରନ୍ତରତାର ମୂଲ୍ୟବୋଧକୁ ଯୋଡ଼ୁଛୁ । ଏହି ମହତ କାର୍ଯ୍ୟ ପାଇଁ ଆମର ସମସ୍ତ କର୍ମଚାରୀ ଏବଂ ସହଯୋଗୀ ଯୋଗଦାନ ଦେଇଥିବାରୁ ଆମେ ଗର୍ବିତ ମନେ କରୁଛୁ ।’’