No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ରଣପୁର :- ସକାଳ ୭ ଘଟିକା ସମୟରୁ ରଣପୁର ଡିଗ୍ରୀ ମହାବିଦ୍ୟାଳୟର ଉଭୟ ବାଳକ ଓ ବାଳିକା ବିଭାଗ ତରଫରୁ `୬` ଓଡ଼ିଶା ବାଟାଲିୟନ ଏନସିସି , ପୁରୀ ନିଦେର୍ଷନା ରେ ପୃଥିବୀ ଦିବସ ଉପଲକ୍ଷେ ଏକ କର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏହି କାର୍ଯକର୍ମର ନାମ ହେଉଛି ପ୍ଲଗ୍ ରନ ପ୍ରଥମେ ମହାବିଦ୍ୟାଳୟର ପରିସରରେ ଥିବା ସହୀଦ ରଘୁ ଦିବାକରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସମସ୍ତ କ୍ୟାଡେଟ ମାନେ ଶୋଭାଯାତ୍ରାରେ ମହାବିଦ୍ୟାଳୟର ଫାଟକ ସମ୍ମୁଖକୁ ଯାଇଥିଲେ |
ସେଠାରେ ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ଜେନାଙ୍କ ଦ୍ଵାରା ପତାକା ହଲା ଯାଇ ଏବଂ ଲେଫ୍ଟନାଣ୍ଟ ଭାଗ୍ୟଧର ସ୍ୱାଇଁଙ୍କ ଉପସ୍ଥିତିରେ ପ୍ଲଗରନର କାର୍ଯ୍ୟକର୍ମ ଆରମ୍ଭ ହୋଇଥିଲା | ସମସ୍ତ କ୍ୟାଡେଟସମାନେ ନିଜ ନିଜ ଚଲାପଥରେ ୫ କିଲୋମିଟର ଅତିକ୍ରମ କରି ଗୋପାଳପୁର ବଜାର ନିକଟରେ ଉପସ୍ଥିତ ହୋଇଥିଲେ ପଥପ୍ରାନ୍ତରେ ପଡ଼ିଥିବା ବର୍ଯବସ୍ତୁଗୁଡ଼ିକୁ ଏବଂ ବଜାର ମଧ୍ୟରେ ବହିଥିବା ବର୍ଯବସ୍ତୁଗୁଡ଼ିକୁ ସଂଗ୍ରହ କରି ସେଠାରେ ସମସ୍ତେ ନୂତନ ସରକାରୀ ପଞ୍ଚାୟତ ସ୍କୁଲ ପରିସରରେ ଉପସ୍ଥିତ ହୋଇଥିଲୁ |
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନ୍ଦୁବାସୀନୀ ମିଶ୍ର ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ କରାଯାଇଥିଲା | ଏହି ବୈଠକକୁ ଲେଫ୍ଟନାଣ୍ଟ ଭାଗ୍ୟଧର ସ୍ୱାଇଁ ପରିଚାଳନା କରିଥିଲେ | ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ପୃଥିବୀ ଦିବସର ବାର୍ତ୍ତା ଏବଂ ପ୍ଲଗ ରନ କାର୍ଯକର୍ମର ସୂଚନା ପ୍ରଦାନ କରିଥିଲେ |
ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ପ୍ରାଧ୍ୟାପକ ବିଜୟ କୁମାର ଜେନା ତାଙ୍କ ଅଭିଭାଷଣରେ ଆଜି ଦିବସର ମହତ୍ତ୍ଵ , ବୃ୍ଷରୋପଣର ଆବଶ୍ୟକତା, ପରିବେଶର ସଚେତନତା ଏବଂ ଏନସିସି ଛାତ୍ରଛାତ୍ରୀମାନଙ୍କର ଭୂମିକାକୁ ବର୍ଣ୍ଣନା କରିଥିଲେ | ଶେଷରେ ସଭାକାର୍ଯ୍ୟ ପରେପରେ ସ୍କୁଲହତା ମଧ୍ୟରେ ବୃକ୍ଷରୋପଣ ହୋଇଥିଲା |
ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ରଣପୁର ପ୍ରେସ୍ କ୍ଲବ୍ ତରଫରୁ ଶ୍ରୀ ଅଭିମନ୍ୟୁ ମହାରଣା ଏହି କାର୍ଯକୁ ପରିଚାଳନା କରିବାରେ ସହ ଯୋଗ କରିଥିଲେ |
No Result
View All Result