No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ଭୁବନେଶ୍ୱର :- ଜନଜାତିଙ୍କ ଇତିହାସ ଓ ଐତିହ୍ୟ ସର୍ବପ୍ରାଚୀନ । ତାଙ୍କର କଳା ଓ ସଂସ୍କୃତିରେ ଅଛି ଅନନ୍ୟ ଜୀବନବୋଧ ା ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ରାଜଭବନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତୀ ଜନଜାତି ଚିତ୍ରକର, ଶିଳ୍ପୀ ଓ କାରିଗରମାନଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଦରକାର ।

ଜନଜାତିଙ୍କ ମଧ୍ୟରେ ଅଫୁରନ୍ତ ସୃଜନଶକ୍ତି ରହିଛି । ଏହି ପ୍ରତିଭା ଆହୁରି ପ୍ରସାରିତ ହେବା ଦରକାର, ଯେଉଁଥି ପାଇଁ ସରକାର ବିଭିନ୍ନ ସୁବିଧା ଉପଲବ୍ଧ କରାଉଛନ୍ତି । ଆଗାମୀ ଦିନରେ ଜନଜାତିଙ୍କ ସୃଜନ ପ୍ରତିଭାର ଉପଯୁକ୍ତ ମୂଲ୍ୟାୟନ ଓ ଆକଳନ ହୋଇପାରିବ ବୋଲି ରାଜ୍ୟପାଳ ଆଶାପ୍ରକାଶ କରିଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ଓଡ଼ିଶାର ଜନଜାତି କଳା ଓ କାରିଗରୀ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରାଜ୍ୟପାଳ କୃତୀ ଚିତ୍ରକର, ଶିଳ୍ପୀ ଓ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
No Result
View All Result