No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଶା)ଖୋର୍ଦ୍ଧାରୋଡ୍, ଦ୍ୱାରା “ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ନାମେଣ୍ଟ” ଉଦ୍ଘାଟିତ ହୋଇଯାଇଛି” | ଏହି ଟୁର୍ନାମେଣ୍ଟ ୨୭ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଜାରି ରହିବ | ଖୋର୍ଦ୍ଧା ରୋଡ୍ ମଣ୍ଡଳର ୧୧ ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି | ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ନାମେଣ୍ଟକୁ,

ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ଇକ୍ରୋ) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ଏବଂ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ଉପସ୍ଥିତି ରେ ଉଦଘାଟନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣକାରୀ ଦଳମାନଙ୍କୁ ଶ୍ରୀ ରିଙ୍କେଶ ରୟ ଶୁଭେଚ୍ଛା ଜଣାଇବା ସହ କ୍ରୀଡା କାର୍ଯ୍ୟକଳାପ ଜାରି ରଖି, ନିଜକୁ ସୁସ୍ଥ,ସ୍ମାର୍ଟ ରଖିବା ଏବଂ ଦଳ କାର୍ଯ୍ୟ ଓ କ୍ରୀଡ଼ା ମନୋଭାବ ରଖିବା ପାଇଁ ପରାମର୍ଶ ଦେଇଥିଲେ |

ଆଜି ଇଲେକ୍ଟ୍ରିକାଲ ଏବଂ ସିକୁରିଟି ବିଭାଗ ମଧ୍ୟରେ ପ୍ରଥମ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା |ଏହି ଟୁର୍ନାମେଣ୍ଟ୍ରରେ ସମସ୍ତ ବିଭାଗ ମଧ୍ୟରେ ମୋଟ ୧୦ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ | ଫାଇନାଲ ମ୍ୟାଚ୍ ୨୭ଏପ୍ରିଲ ୨୦୨୨ ରେ ଅନୁଷ୍ଠିତ ହେବ | ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି ।

No Result
View All Result