No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ରଣପୁର :- ନିକଟରେ ରଣପୁର ନିର୍ବାଚନମଣ୍ଡଳୀ, ରଣପୁର ନଗର ଯୁବ ସଭାପତି ସହ ରଣପୁର ନଗର ସଭାପତି ପଦ ପାଇଁ ବିଜେଡି ତରଫରୁ ବୟନ ପ୍ରକ୍ରିୟା ଶେଷ ହୋଇଛି । ରଣପୁର ନଗର ସଭାପତି ଭାବେ ଲିଙ୍ଗରାଜ ନାୟକ,

ରଣପୁର ନଗର ଯୁବ ସଭାପତି ଭାବେ ସୁଶାନ୍ତ କୁମାର ମାଝି ଓ ରଣପୁର ନିର୍ବାଚନମଣ୍ଡଳୀର ଯୁବ ସଭାପତି ଭାବେ ରାଜୀବ ଲୋଚନ ପ୍ରଧାନଙ୍କୁ ଚୟନ କରାଯାଇଛି ନବନିଯୁକ୍ତ ସଭାପତିମାନଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ସମସ୍ତ ଯୁବ ସଂଗଠକମାନଙ୍କୁ ସାଥିରେ ନେଇ ଗଣପୁର ବିକାଶ ପାଇଁ ଉଦ୍ୟମ କରି ରଖିବେ ବୋଲି ନବ ନିଯୁକ୍ତ ସଭାପତି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଦଳର ବରିଷ୍ଠ ସଂଗଠକ ସୁରେଶ ଚନ୍ଦ୍ର ମିଶ୍ର, ସୁଦ୍ଧାତ କୁମାର ମିଶ୍ର ଓ ପୂର୍ବତନ ନଗର ସଭାପତି ସୁରାଜ ମହାତି ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result