No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ଭୁବନେଶ୍ୱର :- ପୋଷ୍ଟାଲ୍ ବିଭାଗ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ପୋଷ୍ଟ କଭର୍ ଏବଂ ପୋଷ୍ଟକାର୍ଡ଼ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମହୋଦୟ ଏହି ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୈନିକ ସ୍କୁଲ୍ର କ୍ୟାଡ଼େଟ୍ମାନେ ତାଙ୍କ ଗାର୍ଡ଼ ଅଫ୍ ଅନର ମାଧ୍ୟମରେ ସ୍ୱାଗତ କରିଥିଲେ । ବିବେକାନନ୍ଦ ହଲରେ ମୁଖ୍ୟ ଅତିଥି ମହୋଦୟ ସ୍ୱତନ୍ତ୍ର କଭର ଏବଂ ପୋଷ୍ଟକାର୍ଡ଼ର ଉନ୍ମୋଚନ କରିଥିଲେ । ତତ୍ସହିତ ବାଲ୍ ସୈନିକ ସ୍କୁଲ୍ ଏବଂ ସୈନିକ ସ୍କୁଲ୍ର କ୍ୟାଡ଼େଟ୍ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଥିଲେ ।

ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା କଳା ଏବଂ ବିଜ୍ଞାନ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ପରିଦର୍ଶନ କରିଥିଲେ । ତାଙ୍କର ଅଭିଭାଷଣରେ ସେ ସମସ୍ତ କ୍ୟାଡ଼େଟ୍ଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ବଡ଼ ସ୍ୱପ୍ନ ଦେଖିବା, ଉ ମ ଗୁଣର ପରିପ୍ରକାଶ କରିବାସହ ବିଦ୍ୟାଳୟ ପରିସରରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗର ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅଧିକ ସଂଖ୍ୟାରେ ସଶସ୍ତ୍ର ବାହିନୀରେ ଯୋଗଦେଇ ଦେଶମାତୃକା ସେବା କରିବାପାଇଁ ଉପଦେଶ ଦେଇଥିଲେ । ପ୍ରିନିସ୍ପାଲ ଗୁପ୍କ୍ୟାପଟେନ ଏସ.ଡ଼ୋମିନିକ ରାୟନ, ନବ ନିଯୁକ୍ତ ପ୍ରିନ୍ସିପାଲ୍ କର୍ଣ୍ଣଲ ବାଲୁ ଭରଥ,

ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତୀକା ଶର୍ମା, ଭାଇସ ପ୍ରିନ୍ସିପାଲ କମାଣ୍ଡର ଉଷା ସାଙ୍ଗୱାନ, ସିନିୟର ମାଷ୍ଟର ଶ୍ରୀ ବିଘ୍ନେଶ୍ୱର ପ୍ରଧାନ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଲେପ୍ଟନା ଜେନେରାଲ ଜେକେ ମହାନ୍ତି, ଏୟାରମାର୍ଶଲ ଜେ.ଏନ୍ ବର୍ମା, ଆ ଳିକ ଡ଼ାକ ନିର୍ଦ୍ଦେଶକ, ହେଡ଼ କ୍ୱାଟର ଅ ଳ, ଶ୍ରୀ ହର୍ଦ୍ଦମାନ ସିଂ (ଓବିଏ ସଭାପତି), କମାଣ୍ଡର ଡ଼ି ସ୍ୱାଇଁ (ଓବିଏ ସେକ୍ରେଟେରୀ), କର୍ଣ୍ଣଲ ଡ଼ିଡ଼ି ସ୍ୱାଇଁ, ଶ୍ରୀ ଅମିତାଭ ସ୍ୱାଇଁ, ଶ୍ରୀ ପ୍ରତିଶ ବାସା, ଶ୍ରୀ ତରୁଣ ମହାନ୍ତି, ଶ୍ରୀ ସତ୍ୟ ମହାନ୍ତି, ଓବିଏର ଅନ୍ୟାନ୍ୟ କର୍ମକ ର୍ା ସରକାରୀ କର୍ମଚାରୀବୃନ୍ଦ, କର୍ମଚାରୀ ଏବଂ କ୍ୟାଡ଼େଟମାନେ ଅଂଶ ଗ୍ରହଣ କରିଥିଲେ ।
No Result
View All Result