No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ବୈପାରିଗୁଡା :- ବୈପାରିଗୁଡା ଥାନାରେ ନୂତନ ପୋଲିସ ଅଧିକାରୀ ଭାବେ ଶ୍ରୀ ବିରଞ୍ଚି ନାରାୟଣ ଜଗତ ଯୋଗଦାନ କରିଛନ୍ତି । କୁନ୍ଦୁରା, ଲମତାପୁଟ ବ୍ଲକର କିଛି ଅଂଚଳ ସହିତ ବୈପାରିଗୁଡା ବ୍ଲକର ୨୦ ଗୋଟି ପଚାଂୟତକୁ ନେଇ ବୈପାରିଗୁଡା ଥାନା ରହିଥିବା ବେଳେ ବୈପାରିଗୁଡା ଥାନା ଅଧିନରେ ରାମଗିରି ଫାଣ୍ଡି ମଧ୍ୟ ରହିଛି । ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ଥାନାରେ କିଛି ମାସ ତଳେ ଆଇଆଇସି ଭାବେ ଶ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ଏବେ ନୂତନ ପୋଲିସ ଅଧିକାରୀ ଭାବେ ଡିଏସପି ଶ୍ରୀ ବିରଞ୍ଚି ନାରାୟଣ ଜଗତ ଯୋଗଦାନ କରିଥିବାର ଜଣାପଡିଛି । ବୈପାରିଗୁଡା ଥାନାକୁ ନୂତନ ଅଧିକାରୀ ଆସିଥିବା ନେଇ କଥା ପ୍ରଚାରିତ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖୋଲିଯାଇଛି ।
ଡିଏସପି ପ୍ରୋବେସନ୍ ରେ ବୈପାରିଗୁଡା ଥାନାରେ ଅଧିକାରୀ ଭାବେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ଜଗତ କାର୍ଯ୍ୟଭାର ଗ୍ରହଣ କରିଥିବାର ଜଣାପଡିଛି । ବୈପାରିଗୁଡା ଥାନାରେ ଡିଏସପି ପ୍ରୋବେସନ୍ ରେ ଶ୍ରୀ ବିରଞ୍ଚି ନାରାୟଣ ଜଗତ ଯୋଗଦାନ ପରେ ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ମାନଙ୍କ ସହିତ ସାମ୍ବାଦିକ ବନ୍ଧୁ ମାନେ ଡିଏସପିି ପ୍ରୋବେସନ୍ ଶ୍ରୀ ବିରଞ୍ଚି ନାରାୟଣ ଜଗତ ଙ୍କୁ ସ୍ୱାଂଗତ କରିଛନ୍ତି ।
ନୂତନ ପୋଲିସ ଅଧିକାରୀ ଯୋଗଦାନ କରି ପ୍ରକାଶ କରିଛନ୍ତ ଯେ ତାଙ୍କ ପ୍ରଥମ କର୍ତବ୍ୟ ହେଉଛି ବୈପାରିଗୁଡା ଅଚାଂଳର ଆଇନଶୃଙ୍ଗଳା ନିୟନ୍ତ୍ରଣ କରିବା ସହ ଟ୍ରାଫିକ ସମସ୍ୟା, ରାସ୍ତାଘାଟରେ ବେଆଇନ ଭାବେ ଗାଡି ପାର୍କ କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ, ଚୋରି, ଡକାୟତ ଓ ଗଞ୍ଜେଇ ବେପାରୀଙ୍କୁ ସାବାଡ କରିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଡିଏସପି କହିଥିଲେ ଯେ ବୈପାରିଗୁଡା ଥାନାରେ ଯେତେ ଦିନ ରହିବେ କୌଣସି ପ୍ରକାର ଅପରାଧ ଜନକ କାର୍ଯ୍ୟ ଏହି ଅଂଚଳରେ ହେବ ପାଇଁ ଦିଆଯିବ ନାହିଁ ବୋଲି ପ୍ରକାଶ କରିଥିଲେ ।

No Result
View All Result