No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯.୦୪.୨୦୨୨,ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଆଜାଦିକ୍ ଅମୃତ ମହୋତ୍ସବ ଉପଲକ୍ଷେ ଦଶପଲ୍ଲା ବିଧାୟକ ଏବଂ କନ୍ଧମାଳ ସାଂସଦ ଙ୍କ ପ୍ରଚେଷ୍ଟା ଯୋଗୁଁ ବିଶାଳ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆସନ୍ତା ୨୧ ତାରିଖ ଗୁରୁବାର ସକାଳ ୮ ଟା ଠାରୁ କ୍ୟାମ୍ପ ଆରମ୍ଭ ହେବ । ଏନେଇ ନୂଆଗାଁ ବ୍ଲକ୍ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ ଏବଂ ମହିପୁର ସି ଏଚ ସି ସ୍ୱାସ୍ଥ୍ୟକେନ୍ଦ୍ର ଭାର ପ୍ରାପ୍ତ ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ ଉପସ୍ଥିତ ରହି ବିଶାଳ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ ।

ଆସନ୍ତା ୨୧ ତାରିଖ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ସ୍ବାସ୍ଥ୍ୟ ଶିବିରରେ କିମ୍ସ ସ୍ବାସ୍ଥ୍ୟ କେନ୍ଦ୍ର,ଜିଲ୍ଲା ଚିକିତ୍ସାଳୟ ଏବଂ ଚାନ୍ଦପୁର ସ୍ବାସ୍ଥ୍ୟ କେନ୍ଦ୍ର ରୁ ବିଭିନ୍ନ ବିଭାଗର ସ୍ପେଶାଲିଷ୍ଟ୍ ଓ ଡାକ୍ତର ମାନେ ଯୋଗଦେବେ । ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତର ଜନସାଧାରଣ ମାନେ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ବିଭିନ୍ନ ବିଭାଗର ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଇ ଔଷଧ ନେଇପାରିବେ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ବୋଲି ମହିପୁର ସି ଏଚ଼ ସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ କହିଛନ୍ତି।ବିଧାୟକ ଙ୍କ ଏଭଳି ପ୍ରଚେଷ୍ଟା କୁ ଜନସାଧାରଣ ପ୍ରଶଂସା କରିଛନ୍ତି। ଏହି ସ୍ୱାସ୍ଥ୍ୟ ସେବା ଶିବିର କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

No Result
View All Result