No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯.୦୪.୨୦୨୨,ମଙ୍ଗଳବାର ) କଟକ :- କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୁଲିସ ମାଡ଼ମାରି ଗୁରୁତର ଆହତ କରିବା ଏବଂ ମେଡିକାଲରେ ଚିକିତ୍ସଧୀନ ସମୟରେ ତାଙ୍କ ଗୋଡରେ ବେଢ଼ି ପକାଇବା ଘଟଣାକୁ କିଶନନଗର – କନ୍ଦରପୁର ସାମ୍ବାଦିକ ଓ ବିତ୍ତରକ ସଂଘ ପକ୍ଷରୁ ସଂପୃକ୍ତ ପୁଲିସ ଅଧିକାରୀ ଦ୍ରୌପଦୀ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଫୌଜିଦାରୀ ମାମଲା ରୁଜ୍ଜୁ କରିବା ଓ ତାଙ୍କୁ ତୁରନ୍ତ ଗିରଫ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ କିଶନନଗର ତହସିଲଦାର ସୁଶ୍ରୀ ଇନ୍ଦରା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସଂଘର ସଭାପତି ସର୍ବେଶ୍ଵର ମିଶ୍ର, ସଂପାଦକ ତାପସ ରାଉତରାୟ, ବରିଷ୍ଠ ସାମ୍ବାଦିକ ସୟଦ ସାଜିଦ୍ ଅଲ୍ଲି,ସାମ୍ବାଦିକ ସୁକାନ୍ତ ବେଉରା, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଦାସ, ସାମ୍ବାଦିକ ବିଭୁ ପ୍ରସାଦ ସ୍ବାଇଁ, ସାମ୍ବାଦିକ ଭୈରବ ସେଠୀ, ସାମ୍ବାଦିକ ସୁକାନ୍ତ ଜେନା,ସାମ୍ବାଦିକ ରତିକାନ୍ତ ପଟ୍ଟନାୟକ,ଯୁବ ସାମ୍ବାଦିକ ସରୋଜ ମଲିକ,ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ଜେନା, ବିଶିଷ୍ଟ ସାମ୍ବାଦିକ ଚିତ୍ତ ରଂଜନ ବେହେରା,ସାମ୍ବାଦିକ ଚକ୍ରବର୍ତ୍ତୀ ଓତା,ଖବର କାଗଜ ବିତରକ ଉଦୟନାଥ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result