ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଦଶପଲ୍ଲା :- ମହାନ ଜନନାୟକ ପ୍ରବାଦ ପୁରୁଷ, ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶିକ୍ଷକ ଭବନ ଠାରେ ସମୂହ ଦୀପଦାନ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ବରେ ଅନୁଷ୍ଠିତ ସମୂହ ଦୀପଦାନ ଓ ସ୍ମୃତିସଭା ରେ ବିଜୁ ଜନତା ଦଳ ର ଯୁବ,
ଛାତ୍ର, ବରିଷ୍ଠ କର୍ମକର୍ତ୍ତା ଏବଂ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା,ଉପାଧ୍ୟକ୍ଷା,ଜିଲ୍ଲାପରି ଷଦ ଓ ନୂଆଗାଁ ବ୍ଲକର ଅଧ୍ୟକ୍ଷା , ଜିଲ୍ଲାପରିଷଦ ଓ ସମସ୍ତ ଗ୍ରାମ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ,ସମିତି ସଭ୍ୟ ,ସଭ୍ୟା ସହିତ ଦଶପଲ୍ଲା ଏନ୍ ଏ ସି ର ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର,
ବିଜେଡି ବ୍ଲକ ସଭାପତି ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ସ୍ମୃତି ଚାରଣ କରିବା ସହ ସମୂହ ଦୀପଦାନ କରିଥିଲେ ।ସେହିପରି ଭାବେ ବିଜୁ ଜନତା ଦଳ ପକ୍ଷରୁ ଦଶପଲ୍ଲା ରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।














