ଅସଲ ଭୋକିଲା କଅଣ ରାସ୍ତାରେ ଓ tv ସାମ୍ନାରେ ମିଳନ୍ତି …? ବସ୍ତି ରେ ନୁହେଁ .
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଭୁବନେଶ୍ୱର :- ନାଇଁମ ଆଉ କିଛି କରି ହବନି, ଏମାନଙ୍କୁ ଆଉ ପlରିହବନି . ପ୍ରଶାସନ ଆଉ କେତେ ଚେତେଇବ ଯେ…? ରୋଗ କୁ ରୋକିବ ତମେ କଅଣ ବଢାଉଛ. କ୍ଷୋଭ ପ୍ରକାଶ କରୁଥିଲା ଆମ ଗୋବରା . ଗୋବରା ମୂର୍ଖ ହେଲେ କଅଣ ହବ carona ପାଇଁ ଭାରି ସଚେତନ . ଚା ଖଟି ତ ବନ୍ଦ ତେଣୁ ଘରକୁ ଆସି ଚା କପ ଟେ ପିଉ ପିଉ ଆରମ୍ଭ କଲା ହଇରେ ଭାଇ ରୋଗଟା ନବଢ଼ୁ ଉଭୟ ସରକାର lockdown ଘୋସଣାକଲେ ସାମାଜିକ ଦୂରତ୍ୱ ରଖ . ଶୁଣିଲେକି…? . ବାଡ଼ିଆ ଖାଉଛ, ଉଠୁ ବସ ହଉଛ . ପୁଲିସି ତମକୁ କେତେ ଜଗିବ ଆଉ କେତେ ବାଡେଇବ କହିଲୁ . ତଥାପି ବଜାର ରେ ମେଳା ମେଳା .
ଦିଦିନି ଯାଇନି କେତେ କୁଆଡୁ ସମାଜସେବୀ ଅlଇଲେ ଯେ ଦାନ ଦେବା ନାଁ ରେ ଗୋଟେ ଜାଗାରେ ଯୋଉ ମେଳା ମେଳା, ରାସ୍ତା ଯାମ କରିସାରିଲେଣି . ତାଙ୍କ ଫଟୋ ଉଠେଇବା ପାଇଁ ପୁଣି ଆଉ ଜଣେ ରାସ୍ତା ରେ ଠିଆ . ପୋଲିସ ସିନା ମୋପିରି ଗରିବକୁ ଲାଠି ମାରି ପାରିବ କିମ୍ବା ବସ ଉଠୁ କରିବ, ସେମାନଙ୍କୁ ଆକଟ କରିପାରିବକି ଯେ ଟିକେ ଦୂରେଇକି ଠିଆ ହ ବୋଲି . ଆଛା ସେମାନେ ବସ୍ତି ରେ ଦାନ କଲେ ହୁଅନ୍ତାନି . ନାଇଁ….. ସେଠିକି ଗଲେ ତାଙ୍କୁ ଅସନା ଲାଗିବ . ଖାଲି ରାସ୍ତାରେ ତଥା ଟିଭି କ୍ୟାମେରା ଥୁଆ ହୋଇଥିବାଯାଗାରେ କେବଳ ଅନାହରୀ ଭୋକିଲା ମିଳନ୍ତି କି…? ଯୋଉଠି ତମେ ବଖାଣୁଚ ତମ ବଦାନ୍ୟତା ର ଗାଥା .
ରକ୍ଷ୍ୟା ହୋଇଛି ରାନୀ ପଣ୍ଡା ପଚାସେ ଦେଇଛି ଓ ବଡବଡିଆଂକୁ ଚୁପ କରିଦେଇଛି ନହେଲେ ଏ ଯୋଉ ଫିଲ୍ମ ଵାଲା ଚଇନି ଚିକଣ ହେଇ କଳା ଚଷମା ପିନ୍ଧି ରାସ୍ତା ରାସ୍ତା ଯାମ କରିଥାନ୍ତେ . ଆଉ ସେମାନେ ସଚେତନ ନାଁ ରେ ଚିତ୍କାର କହୁଥାନ୍ତେ ସାମାଜିକ ଦୂରତ୍ୱ ରଖ . ହଃଇହୋ କେନ୍ଦ୍ର, ରାଜ୍ୟ ସରକାର ପୋଲିସ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବି ନାକେଦମ ହେଇଯାଉଛି . ଛାଡ ସେମାନଙ୍କଠୁ ଟଙ୍କେ ବାହାରିଲାଣି . ଏଇଟା କଣ ଆମର ଦାୟିତ୍ୱ ନୁହଁ ପୋଲିସ ଓ ପ୍ରଶାସନ କୁ ସହଯୋଗ କରିବା ଆଗାମୀ କାଲିର ଏକ ସୁନ୍ଦର ସକାଳ ପାଇଁ …?
କଥାଟା ବି ମୋ ମନକୁ ପାଇଲା ସତରେ ଏ ଲୋକଦେଖାଣିଆ ସମାଜସେବୀ ମାନେ ରାସ୍ତାଯାମ କାଇଁ କରୁଛନ୍ତି . ଅସଲ ଭୋକିଲା କଅଣ ରାସ୍ତାରେ ଓ tv ସାମ୍ନାରେ ମିଳନ୍ତି …? ବସ୍ତି ରେ ନୁହେଁ .
