No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) କଟକ :- କଟକ ଅଲିଶାବଜାର ସ୍ଥିତ ଡଗରପଡା ଉ.ପ୍ରା ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ଐତିହ୍ୟ ପକ୍ଷରୁ ଜନସଚେତନତା ସୃଷ୍ଟି ନିମନ୍ତେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଶିଶୁ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପତିଯୋଗିତାରେ କଟକ ସହରର ୧୧୦ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗିଙ୍କୁ ପ୍ରମାଣପତ୍ର ଓ ମେଡାଲ ଦେବା ସହ ବିଭିନ୍ନ ବର୍ଗରେ କୃତିତ୍ବ ଅର୍ଜନ କରିଥିବା ମୋଟ ୩୦ ଜଣ ଛାତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଥମ , ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ଦିଆଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ମିଶ୍ର , ସମ୍ମାନିତ ଅତିଥି ଭାବରେ ଡଗରପଡା ଉ.ପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନହଲତା ସେଠୀ , ଶ୍ରୀମତୀ ସୁନିତା ତ୍ରିପାଠୀ , ଦେବ କୁମାର ରାଉତରାୟ , ଡକ୍ଟର ସସ୍ମିତା ଗଡ଼ନାୟକ , ଶ୍ରୀମତୀ ସାଧନା ପଟ୍ଟନାୟକ ଏବଂ ଶ୍ରୀମତୀ ଅଞ୍ଜଳି ଦାସ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଐତିହ୍ୟର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ସଭାପତି ୰ଜୟନ୍ତ ମହାନ୍ତିଙ୍କୁ ମରୋଣତୋର ସମ୍ମାନ ତାଙ୍କ ସୁପୁତ୍ର ଅଭିଷେକ ମହାନ୍ତିଙ୍କୁ ମାନପତ୍ର ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

ଓଡ଼ିଶୀ ନୃତ୍ୟ ପାଇଁ ଅଭିସଭ୍ଯା ଭାରତୀ ଏବଂ ଲିପ୍ସା ସାହୁଙ୍କୁ ଜୟନ୍ତ ମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମଟି ଶ୍ରଦ୍ଧାଞ୍ଜଳି ସେଠୀଙ୍କ ତତ୍ବାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରବିନାରାୟଣ ରାଉତରାୟ , ହିମାଂଶୁ ଶେଖର ସାହୁ , ଫିରୋଜ ଖାଁ , ପ୍ରଶାନ୍ତ ବେହେରା , ପ୍ରଶାନ୍ତ ଦାସ , ନିକୁଞ୍ଜ କିଶୋର ମଙ୍ଗରାଜ , ଗୋଲେଖ ସାହୁ , ଦେବଲୀନା ଦାସ , ଋତୁପର୍ଣା , ଟିକିନା ଏବଂ ବିଶ୍ବନାଥ ପଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ଐତିହ୍ୟର ସାଧାରଣ ସମ୍ପାଦକ ଉତ୍କଳ କେଶରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result