No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଦଶପଲ୍ଲା :- ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୫ତମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଜନତା ଦଳ ଦଶପଲ୍ଲା ଆନୁକୂଲ୍ୟରେ ଦଳୀୟ କର୍ମକର୍ତ୍ତା ଏବଂ ସ୍ଥାନୀୟ ପ୍ରତିନିଧି ଙ୍କ ଉପସ୍ଥିତି ରେ ବିଧାୟକ ଦଶପଲ୍ଲା ତଥା ନୟାଗଡ ଜିଲ୍ଲା ବିଜେଡ଼ି ରମେଶ ଚନ୍ଦ୍ର ବେହେରା ତିଳୋ ତର୍ପଣ କରିଥିଲେ | ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ବିଜୁବାବୁ ଙ୍କ ମୃତ୍ୟୁ ଦିଲ୍ଲୀରେ ହେଲା l ତାଙ୍କ ମୃତ ଦେହକୁ ବିମାନରେ ଓଡିଶାକୁ ଅଣାଗଲା l ସେଦିନ ବିମାନ ବନ୍ଦରରୁ ବିଜୁବାବୁଙ୍କ ମର ଶରୀରକୁ ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ନବୀନ ନିବାସ କୁ ଆଣି ରଖାଗଲା l ଏହାପରେ ବିଜୁବାବୁ ଙ୍କ ପାର୍ଥିବଶରୀର କୁ ଏକ ବିରାଟ ପଟୁଆର ରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଶେଷଯାତ୍ରାରେ ନିଆଗଲା l

ସ୍ୱତପବୃତ୍ତ ଭାବେ ବିମାନ ବନ୍ଦର ଠାରୁ ନବୀନନିବାସ ଓ ନବୀନନିବାସ ରୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ପ୍ରାୟ ପାଞ୍ଚଲକ୍ଷ ଲୋକ ପଟୁଆର ସାଙ୍ଗେ ଦୌଡ଼ି ଦୌଡ଼ି ଅନ୍ତିମସତ୍କାର ରେ ଯୋଗଦେବା ପାଇଁ ସାମିଲ ହେଲେ l କିଛି ଲୋକ କାନ୍ଦି କାନ୍ଦି ମୁର୍ଚ୍ଛା ଗଲେ ଓ ଅନ୍ୟ କିଛି ଲୋକ ଚଳତଶକ୍ତି ହରାଇଲେ l ସେଦିନ କିଛି କିଛି ଲୋକଙ୍କ ଘରେ ରନ୍ଧାବଢ଼ା ବନ୍ଦ ହୋଇଗଲା। ବିଜୁବାବୁଙ୍କୁ ଦେଖିବାକୁ ସଭିଏଁ ସ୍ୱର୍ଗଦ୍ୱାର ଦୌଡ଼ି ଯାଇଥିଲେ ଓ ସବ ଯାତ୍ରାରେ ଭୁବନେଶ୍ୱର ରୁ ସାମିଲ ହୋଇଥିଲେ l ପୁରୀ ଭୁବନେଶ୍ୱର ରାଜପଥ ଲୋକାରଣ୍ୟ ରେ ଭରି ଯାଇଥିଲା l ସମଗ୍ର ଓଡିଆ ଜାତି ନିସ୍ତବ୍ଦ ହୋଇଯାଇଥିଲା ସତେ ଯେମିତି ତାଙ୍କ ମୃତ୍ୟୁ ସହ ଓଡିଶା ର ମୃତ୍ୟୁ ହୋଇଛି l ତାଙ୍କର ମୃତ୍ୟୁ ସତେଯେପରି ଓଡିଶା କୁ ଆହୁରି ଅଧିକ ଦରିଦ୍ର କରିଦେଲା l

ବିଜୁବାବୁ ଓଡ଼ିଆ ଙ୍କ ପାଇଁ କଣ ଥିଲେ ସେଦିନ ପ୍ରମାଣିତ ହେଲା l ବିଜୁବାବୁଙ୍କ ମରଶରୀରରେ ସେଦିନ ତିନୋଟି ଦେଶର ଜାତୀୟ ପତାକା – ଭାରତ, ରୁଷିଆ ଓ ଇଣ୍ଡୋନେସିଆ ଘୋଡା ଯାଇଥିଲା l ବିଜୁବାବୁଙ୍କ ଉଶ୍ଚର୍ଗିକୃତ ବଳିଦାନ କୁ ସନ୍ନମାନ ଦେବାପାଇଁ ସେଦିନ ବିଦେଶର ରାଷ୍ଟ୍ରଦୂତ ମାନେ ଏହି ଅନ୍ତେଷ୍ଟିକ୍ରିୟା ରେ ନିଜ ଦେଶକୁ ପ୍ରତିନିଧିତ୍ଵ କରିବା ପାଇଁ ଉପସ୍ଥିତ ଥିଲେ l ଭାରତ ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଇନ୍ଦ୍ର କୁମାର ଗୁଜୁରାଲ ଙ୍କ ସମେତ ଲାଲକୃଷ୍ଣ ଆଡ଼ଭାନୀ ଓ ବହୁ ରାଷ୍ଟ୍ରୀୟ ତୁଙ୍ଗନେତା ପୁରୀ ସ୍ୱର୍ଗ ଉପସ୍ଥିତ ଥିଲେ l

ସେଦିନ ପୁରୀ ଯେପରି ଭାରତର ଏକ ରାଜନୈତିକ କେନ୍ଦ୍ରବିନ୍ଦୁରେ ପରିଣତ ହେଲାପରି ଲାଗୁଥିଲା l ବିଜୁବାବୁଙ୍କ ୩ ସନ୍ତାନ ଏହି ଅନ୍ତେଷ୍ଟିକ୍ରିୟାରେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହ କରିଥିଲେ l ପୁରୀ ସ୍ୱର୍ଗଦ୍ୱାରରେ ଯେତେବେଳେ ତାଙ୍କୁ ମୁଖାଗ୍ନି ଦିଆଗଲା ସେତେବେଳେ କେବଳ ଅଗଣିତ ମଣିଷମୁଣ୍ଡ ଓ ବିଶାଳ ସମୁଦ୍ର ଦୃଶ୍ୟମାନ ହେଉଥିଲା l ସୋରିଷ ଟିଏ ପକାଇବାକୁ ମଧ୍ୟ୍ୟ ସମୁଦ୍ର କୁଳର ବାଲି ଦିଶୁନଥିଲା l ଏହି ଐତିହାସିକ ଘଟଣା ରାଜ୍ୟରେ ପ୍ରଥମ ଥିଲା l ଏହିପରି ଅନ୍ତେଷ୍ଟିକ୍ରିୟା ପୁରୀ ସ୍ୱର୍ଗଦ୍ୱାରରେ କେବେ ଦେଖାଯାଇନଥିଲା l ବିଜୁବାବୁ ଙ୍କ ପାର୍ଥିବଶରୀର ଯେତେବେଳେ ଅଗ୍ନିରେ ଅର୍ପଣ ହୋଇ ପଞ୍ଚଭୂତରେ ବିଲୀନ ହେଲା ଓଡିଶା ନିଜକୁ ଏକ ସାମୁହିକ ଶୋକ ସାଗରରେ ଭାସମାନ ଅବସ୍ଥାରେ ପାଇଲା l ଓଡିଶା ର ଏକ ଅପୂରଣୀୟ କ୍ଷତି ହୋଇ ସାରିଥିଲା ଯାହାର ଭରଣା କରିବା ଏକ ଦୂରହ ବ୍ୟାପାର ଥିଲା ।

No Result
View All Result