No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ଖୋର୍ଦ୍ଧା-ଜଟଣୀ :- ଅବିଭକ୍ତ ପୁରୀ ଜିଲ୍ଲା ତଥା କଟକ, ଜଗତସିଂହପୁର, କେଦ୍ରାପଡା, ଭଦ୍ରକ, ବାଲେଶ୍ଵର ଓ ଗଞ୍ଜାମ ଆଦି ଜିଲ୍ଲାରେ ବେଶ ସୁ’ପରିଚିତ ଯମାଲ ମୌଜନ ଙ୍କ ଆଜି ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେଜଣେ ଅତ୍ୟନ୍ତ ମିଳାପୀ ମିଷ୍ଟଭାଷି ବ୍ୟକ୍ତି ଥିଲେ । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗୋଲାଵ ମହମ୍ମଦ ଙ୍କ ଏକମାତ୍ର ପୁତ୍ର ୰ ଯମାଲ ଙ୍କ ଅବଦାନ ଚିର ସ୍ମରଣୀୟ ଗ୍ରାମରେ ମସଜିଦ ସ୍ଥାପନା ଠରୁ ଆରମ୍ଭ କରି ବିନା ମୂଲ୍ୟରେ ଦୀର୍ଘ ବର୍ଷ ଧରି ମୌଜନ କାମ କରିଥିଲେ ।
ସେହିପରି ଶେଷ ନିଶ୍ୱାସ ପର୍ୟ୍ଯନ୍ତ ବାର୍ଦ୍ଧକ୍ୟ ତା’ଙ୍କୁ ସ୍ପର୍ଶ କରି ପାରି ନ’ଥିଲା । ପରିଣତ ବୟସରେ ବି ଗ୍ରାମ ଓ ଆଖପାଖ ଅଞ୍ଚଳରେ ଇସଲାମ ଧର୍ମର ପ୍ରଚାର ‘ଜମାତ’ କାମରେ ନିଜକୁ ସାମିଲ କରି ରଖିଥିଲେ । ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ,ଅଞ୍ଚଳର ଓ ଦୂରଦୂରାନ୍ତରୁ ଶହ ଶହ ଲୋକ ଆସି ଶେଷ ଦର୍ଶନ କରିବା ସହିତ ଯନାଜାରେ ସାମିଲ ହୋଇଥିଲେ।୰ଯମାଲ ଙ୍କ ଅବଦାନ ଚିର ସ୍ମରଣୀୟ ବୋଲି ବୁଦ୍ଧିଯିବି ମାନେ ମତବ୍ୟକ୍ତ କରିଛନ୍ତି ।

No Result
View All Result