No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ କ୍ଷେତ୍ର ପରିଦର୍ଶନରେ ଯାଇ ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରକୁଳସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ୫-‘ଟିି’ ଓ ଞ୍ଜଫଞ୍ଚଟ୍ଟ;ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ବିଭାଗୀୟ କାର୍ଯ୍ୟ ସଂପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ବିଭାଗୀୟ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କର ଜୀବନଜୀବିକାରେ ଯେଭଳି ଅଧିକ ଉନ୍ନତି ଆସିପାରିବ ସେଥିପ୍ରତି ଦୃଷ୍ଟି ଦେବା ସହ ଚିଲିକା ବନଖଣ୍ଡର ସୁରକ୍ଷା ଏବଂ ପରିବେଶ ପ୍ରତି ଅଧିକ ଯନିବାନ ହେବାକୁ ମନ୍ତ୍ରୀ ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ଅଗ୍ରଗତିରେ ପରିଲକ୍ଷିତ ହେଉଥିବା ଅସୁବିଧା ଓ ସମସ୍ୟା ସଂପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନରେ ଯାଇ ମନ୍ତ୍ରୀ ଶ୍ରୀ ଆରୁଖ ନଳବଣ ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଥିଲେ । ସେଠାରେ ସେ ପର୍ଯ୍ୟଟକମାନଙ୍କ ପାଇଁ ରହିଥିବା ସୁବିଧାସୁଯୋଗ ଏବଂ ବହିରାଗତ ତଥା ସ୍ଥାନୀୟ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ପଚାରି ବୁଝିଥିଲେ । ବୈଠକରେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଶ୍ରୀ ମନୋଜ ମହାପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଖୁସୱନ୍ତ ସିଂଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

No Result
View All Result