ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ତଥା କୁନ୍ଦୁରା ବ୍ଲକର ଦିଗାପୁର ପଂଚାୟତର ନୂଆ ଘସର୍ଡା ଗ୍ରାମରେ ଶ୍ରୀହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇଯାଇଛି । ଗତ ଶନିବାରରୁ ଆରମ୍ଭ ହୋଇଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ବିଷୁବ ସଂକ୍ରାନ୍ତି ଅବସରରେ ହୋମଯଜ୍ଞ ଶେଷ ହୋଇଥିଲେ ମଧ୍ୟ ଆଜି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ଚାରିପଟେ ସମସ୍ତ ପାଶ୍ୱର୍ଦେବାଦେବୀଙ୍କ ସ୍ଥାପନ କରିବା ପରେ ନୂତନ ମନ୍ଦିର ଭିତରେ ଶ୍ରୀହନୁମାନଙ୍କ ମୂର୍ତି ସ୍ଥାପନ କରାଯାଇଛି । ଏହି ପ୍ରତିଷ୍ଠା ମହେତ୍ସବରେ ଗ୍ରାମର ଯୁବକ , ମହିଳା ଓ ବୃଦ୍ଧବୃଦ୍ଧି ମାନେ ଦାୟିତ୍ୱ ତୁଲାଇ ଥିବାର ଦେଖାଯାଇଛି । ଆଚାର୍ଯ୍ୟ ଟୁଲୁ ରଥ ସହିତ ଆଖପାଖ ଅଂଚଳର ପୂରୋହିତ ମାନେ ପୂଜା ହୋମଯଜ୍ଞ କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି ।
ଗତ ୧୨ ତାରିଖ ଠାରୁ ନୂଆ ଘସର୍ଡା ଗ୍ରାମରେ ହୋମଯଜ୍ଞ ସହ ହନୁମାନ ଚାଳିଶା ପାଠ କରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଖପାଖ ଗ୍ରାମ ସହିତ ବହୁ ସ୍ଥାନରୁ ଭକ୍ତ ମାନେ ଏଠାରେ ପହଂଚି ସହଯୋଗ କରିଥିବାର ଜଣାପଡିଛି । ଗତ ୧୩ ତାରିଖ ଦିନ ୧୦୮ କଳସ ଧରି ଗ୍ରାମର ଶତାଧିକ ମହିଳା ମାନେ ଗ୍ରାମ ପରିକ୍ରମା କରି ଶ୍ରୀହନୁମାନ ମୂର୍ତି ଙ୍କ ଉପରେ ଜଳାଭିଷେକ କରିଥିବାର ଜଣାପଡିଛି । ଘସର୍ଡା ଗ୍ରାମର ମହିଳା ମାନେ ପ୍ରଥମେ ଶ୍ରଦ୍ଧାଳୁଙ୍କ ପାଦ ଧୋଇବା ସହିତ ମଥାରେ ଚନ୍ଦନ ଟୀକା ଲଗାଇ ସ୍ୱାଂଗତ କରିବା ସହ ପଣା ବଣ୍ଠନ କରୁଥିବାର ଦେଖିବାକୁ ମିଳିଛି । ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଗୌରୀ ମହାନ୍ତି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ହୋମଯଜ୍ଞରେ କାର୍ଯ୍ୟ ଭାର ତୁଲାଇଥିଲେ ।
ଆଜିକୁ ୩ ଦିନ ଧରି ଗ୍ରାମରେ ସଂକୀର୍ତନ ଚାଲିବା ସହିତ ହନୁମାନ ଚାଳିଶା ପଠନ କରିବା ଦୁଃଶ୍ୟ ସମସ୍ତଙ୍କୁ ମହିତ କରିଦେଇଥିଲା । ତେବେ ଆଜି ଶ୍ରୀ ହନୁମାନଙ୍କ ମୂର୍ତି ସ୍ଥାପନ କରାଯାଇଥିବାର ଜଣାପଡିଛି । ମନ୍ଦିର ପ୍ରତିଷ୍ଠା ହେଉଥିବା ଜାଣି ରା ମ ଓ ହନୁମାନ ଭକ୍ତ ମାନେ ନୂଆ ଘସର୍ଡା ଠାରେ ପହଂଚି ଥିବା ବେଳେ ବହୁ ସଂଖ୍ୟାକ ଭକ୍ତ ସେଠାରେ ଉପସ୍ଥିତ ରହିଛନ୍ତି । ତେବେ ଗ୍ରାମବାସୀ ଙ୍କ ସହଯୋଗ ଫଳରେ ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ସମସ୍ତଙ୍କୁ ଶୁଭୋଚ୍ଛା ଜଣାଇଛନ୍ତି ଅଂଚଳବାସୀ ।