No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) କଳାହାଣ୍ଡି :- ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ନର୍ଲା ବ୍ଳକ ରୁପ୍ରାଗ୍ରାମ ଠାରେ ପାଳନ କରାଯାଇଛି । ଡମ ସମାଜର ସଭାପତି ଗୋପାଳକୃଷ୍ଣ ବିହାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଫକୀର ଚନ୍ଦ୍ର ମହାନନ୍ଦ, ମୁଖ୍ୟ ବକ୍ତା ଭାବେ ରଘୁପତି ନାଏକ ଉପସ୍ଥିତ ରହି ଡ. ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ରୂପେ କୁମୁଦ ଚନ୍ଦ୍ର ମହାନନ୍ଦ, ଟଙ୍କଧର ସୁନା, ପଦ୍ମଲୋଚନ ସେନାପତି, ବାବାଜୀ ଶିଖା, ପ୍ରହଲ୍ଲାଦ ଦୀପ ଓ ଉଦ୍ଧବ ବିହାରୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ସଭା ପ୍ରାରମ୍ଭରେ ଶତାଧିକ ପୁରୁଷ ଓ ମହିଳା ରୁପ୍ରା ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ମଞ୍ଚରେ ସମସ୍ତ ଏକାଠି ହେବା ସହ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥିଗଣ ମାଲ୍ୟାର୍ପଣ କରିଥିଲେ । ସଭାରେ ମଞ୍ଚ ପରିଚାଳନା ନରୋତ୍ତମ ନାଗ କରିଥିଲେ । ଚନ୍ଦ୍ରଧ୍ୱଜ ବିହାରୀ,ଜଗତ ଦୀପ, ଶାନ୍ତନୁ ସେନାପତି, ନବୀନ ବିହାରୀ, ବୃଷଭ ଦୀପ, ବୃହସ୍ପତି ବିହାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ରଘୁପତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result