No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ବୈପାରିଗୁଡା :- ମହାନ ରାଷ୍ଟ୍ରନେତା ବାବାସାହେବ ଆମ୍ବେଦକରଙ୍କ ୧୧୩ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଫ୍ରେଣ୍ଡସ୍ ୟୁନିଟ କ୍ଲବ ପକ୍ଷରୁ ବୈପାରିଗୁଡା ବ୍ଳକର କୋଲାର ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସର ଠାରେ ପାଳନ କରିଥିବାର ଜଣାପଡିଛି । ଏହି ଅବସରରେ ଏକ ବାବାସାହେବ ଆମ୍ବେଦକରଙ୍କ ସ୍କୃତିଚାରଣ କରିବା ସହିତ ସହି ତାଙ୍କ ଫୋଟଚିତ୍ରରେ ପୁଷ୍ଣମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଜୟନ୍ତି ଅବସରରେ ମୁଖ୍ୟଅତିଥି ଭାବେ କୋଲାର ସରପଂଚ ଜୟନ୍ତି ନାୟକ , ମୁଖ୍ୟବକ୍ତା ବରିଷ୍ଟ ଆଇନଜୀବୀ ପି.ରମେଶ ପାତ୍ର , ସମ୍ମାନୀୟ ଅତିଥି କୋଲାର ନାଏବ ସରପଂଚ ରାମ ବାରିକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଫ୍ରେଣ୍ଡସ୍ ୟୁନିଟ କ୍ଲବର ସଭାପତି ଭୀମସେନ ହରିଜନ ସଭାପରିଚାଳନା କରିଥିଲେ ।
ଡଃ ଆମ୍ବେଦକରଙ୍କ ସଂଘର୍ଷମୟ ଆତ୍ମଜୀବନ ସଂମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ଏକ ଗରୀବ ଦଳିତ ପରିବାରରେ ତାଙ୍କର ଜନ୍ମ ହୋଇଥିବା ବେଳେ ସେଏ ସବୁ ସମୟରେ ଜନସାଧାରଣଙ୍କ ସେବା କରିବା ସହିତ ନିଜେ ମଧ୍ୟ ବଡ ହୋଇ ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ । ସେମାନଙ୍କ ଅଧିକାର ପାଇଁ ଲଢିବା ସହ ମହିଳାଙ୍କ ଶିକ୍ଷା ଓ ସଶକ୍ତୀକରଣ କୁ ପ୍ରାଧାନ୍ୟ ଦେଉଥିଲେ । ଫ୍ରେଣ୍ଡସ୍ ୟୁନିଟ କ୍ଲବର କେ.ଉମା ମହେଶ୍ୱର , ଜଗନ୍ନାଥ ନାୟକ ,ଦେବ କତଲି , ଧନପତି ନାୟକ ଙ୍କ ସହ ବହୁ ଯୁବକ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିବାର ଜଣାପଡିଛି ।

No Result
View All Result