ତେବେ ରାମଗିରି ବନାଂଚଳର ୨ ଜଣ ଫରେଷ୍ଟ ଙ୍କୁ ଏକା ସାଙ୍ଗରେ ରେଞ୍ଜର ଭାବେ ସରକାରଙ୍କ ପକ୍ଷରୁ ପଦନୀତି ମିଳିଥିବା ବେଳେ ଦଣ୍ଡାବାଡିର ଫରେଷ୍ଟ ପ୍ରସନ୍ନ କୁମାର ସାହୁ ଙ୍କୁ ରାମଗିରି ବନାଂଚଳରେ ରେଞ୍ଜର ଭାବେ ଦାୟତ୍ୱ ତୁଳାଇବେ ଏବଂ ଅନ୍ୟ ଜଣେ ତଥା ହଦଳୀକୁଣ୍ଡ ଫରେଷ୍ଟ କାର୍ତିକେଶ୍ୱର ଖଣ୍ଡାଇ ଙ୍କୁ ପଦନୀତି ପାଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନାଂଚଳକୁ ବଦଳୀ ହୋଇଥିବା ନେଇ ଅଫିସ ଲେଟରରେ ଉଲ୍ଲେଖ ରହିଛି । ଦଣ୍ଡାବାଡି ଫରେଷ୍ଟ ପ୍ରସନ୍ନ କୁମାର ସାହୁ ରାମଗିରି ବନାଂଚଳରେ କାର୍ଯ୍ୟରତ ଥିବାରୁ ସେଏ ରେଞ୍ଜର ହେବା ପରେ ଅଚଂଳରେ ରହିଥିବାର ସମସ୍ୟା ଗୁଡିକକୁ ସମାଧାନ କରିବାରେ ସଫଳ ହେବା ସହିତ ବନାଂଚଳର ସମସ୍ତ ଅଚଂଳ ପ୍ରତି ନଜର ରହିବ ବୋଲି ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
ତେବେ ପ୍ରସନ୍ନ ଙ୍କ ପଦନୀତି ପାଇବା ପରେ ରାମଗିରି ରେଞ୍ଜର ହେବା ପରେ ହଳଦୀକୁଣ୍ଡ ଫରେଷ୍ଟଙ୍କ ଠାରୁ ଦାୟତ୍ୱ ନେବେ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ଶୁଣିବାକୁ ମିଳିଛିି । ଦୀର୍ଘ ୪ ରୁ ୫ ବର୍ଷ ପରେ ରାମଗିରି ବନାଂଚଳ ରେ ସ୍ଥାୟୀ ରେଞ୍ଜର ଭାବେ କେହିଁ ମଧ୍ୟ ବଦଳୀ ହୋଇ ଆସୁନଥିବା ବେଳେ ସେହି ସମୟରେ ଅନ୍ୟ ବନାଂଚଳର ରେଞ୍ଜର ମାନେ ରାମଗିରି ରେଞ୍ଜର ଭାବେ ଦାୟତ୍ୱ ତୁଳାଉଥିଲେ । ତେବେ ଶୁଣିବାକୁ ମିଳୁଛି ଯେ ରାମଗିରି ବନାଂଚଳରେ ରେଞ୍ଜର ହେବା ପାଇଁ ଅନ୍ୟ କିଛି କର୍ମଚାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦତା ଆରମ୍ଭ ହୋଇଥିବା ବେଳେ କିଏ ବରିଷ୍ଟ ଅଧିକାରୀଙ୍କ ସରଣ ନେଉଛୁ ତ କିଏ ମନ୍ତ୍ରୀ , ବିଧାୟକଙ୍କ ସରଣ ନେଉଛନ୍ତି ବୋଲି ଆଲୋଚନା ଏବେ ଜୋର ଧରିଥିବାର ଶୁଣିବାକୁ ମିଳେ ।© 2023 Odisha Taza News.