No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩,ଏପ୍ରିଲ ବୁଧବାର ) ଭୁବନେଶ୍ୱର :- ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରସାର ଏବଂ ସଂରକ୍ଷଣକୁ ବ୍ୟାପକ ତଥା ଲୋକପି୍ରୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଓଡ଼ିଆ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରକାଶିତ ଓଡ଼ିଶାର ବରପୁତ୍ର ଏବଂ ସମୃଦ୍ଧ କୀର୍ତ୍ତିରାଜି ସମୂହର ତଥ୍ୟସମ୍ବଳିତ ସଂପୂର୍ଣ୍ଣ ଓଡ଼ିଆ ପଞ୍ଜିକା ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହାକୁ ଅଭିନବ ପ୍ରୟାସ ଭାବରେ ଅଭିହିତ କରିବା ସହିତ ଏପରି ଉଦ୍ୟମ ଆମ ସଂସ୍କୃତିର ଗରିମାକୁ ସଶକ୍ତ ଓ ଲୋକାଦୃତ କରିବ ବୋଲି ଉଲ୍ଲେଖ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଅନୁରୂପ ଭାବରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନା, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ ।

No Result
View All Result