No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨,ଏପ୍ରିଲ ମଙ୍ଗଳବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମାଁ ବିରଖମ୍ବ ପୀଠରେ ଶେଷ ମଙ୍ଗଳବାର ଉପଲକ୍ଷେ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଓଡିଶାର ବିଭିନ୍ନ ସ୍ଥାନ ସହିତ ବୈପାରିଗୁଡା ଅଂଚଳ ର ବହୁ ସ୍ଥାନରୁ ଭକ୍ତଙ୍କ ଗହଳି ଲାଗିରହିଥିବାର ଦେଖାଯାଇଛି । ସେହି ପରି ଭାବେ ବୈପାରିଗୁଡା ବ୍ଲକର ସମସ୍ତ ଦେବୀ ପୀଠ ମାନଙ୍କରେ ଚୈତ୍ର ଶେଷ ମଙ୍ଗଳବାର ଦିନ ଚଳଚଂଚଳ ହୋଇପଡିଛି ।
ବୈପାରିଗୁଡା ସହରର କେନ୍ଦୁପଡା ଗ୍ରାମରେ ରହିଥିବା ପ୍ରସିଦ୍ଧ ଦେବୀ ମାଁ ବିରଖମ୍ବ ପୀଠକୁ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ମଧ୍ୟପ୍ରଦେଶରୁ ଭକ୍ତ ମନସ୍କାମନା ପୂରଣ କରିବା ପାଇଁ ଆସିଥିବାର ଜଣାପଡିଛି । ଏହି ଶେଷ ପାଳିରେ ୨ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଦେବୀ ବିରଖମ୍ବ ପୀଠରେ ପରିଲକ୍ଷତି ହୋଇଛି । ଭକ୍ତ ମାନେ ମନ୍ଦିର ଦ୍ୱାରରୁ ଧାଡିରେ ଆସି ମା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।
ମଙ୍ଗଳବାର ଦିନ ୨ଟ ପରେ ମା ଙ୍କ ମାଜଣା ପରେ ପରମ୍ପରା ଅନୁସାରେ ପୂଜାର୍ଚ୍ଛନା କରିବା ପରେ ମାଁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ବିରଖମ୍ବ ପୀଠରେ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଏବଂ ଶୁକୁବାର ଦିନ ଏଠାରେ ପୂଜା ଚାଲିଥିବା ବେଳେ ଚୈତ୍ର ମାସରେ ଅଧିକ ସଂଖ୍ୟାକ ଲୋକ ଏହି ପୀଠକୁ ଆସୁଥିବାର ଦେଖାଯାଇଛି ।
No Result
View All Result