No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ରବିବାର ) ବୈପାରିଗୁଡା :- ଦୂଷିତ ପାନୀୟ ଜଳ ପିଇ ଅନେକ ସମୟରେ ଗାଁ ଗହଳିର ବହୁ ଜନସାଧାରଣ ମାନେ ଅନେକ ରୋଗରେ ପଡି ହଟହଟା ହୋଇ ଶେଷରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେଉଥିବାର ନଜର ମଧ୍ୟ ରହିଛି । ସେହି ପରି ଭାବେ ଗ୍ରୀଷ୍ମଋତୁ ଆସିଲେ ଅନେକ ସ୍ଥାନରେ ନଳକୂପ ଅଚଳ ହୋଇଥିବା ନେଇ ଅଭିଯୋଗ ମଧ୍ୟ ଆସେ । ନଳକୂପ ମରାମତି କରାଯାଏ ମାତ୍ର ନଳକୂପ ଚାରିପଟେ କେମିତି ପରିବେଶ ରହିଛି ତାହାର କେମିତି ତଦାରଖ କରୁନାହାନ୍ତି ଅଧିକାରୀ ମାନେ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍ଗି ମାରୁଥିବାର ଶୁଣିବାକୁ ମିଳିଛି ।
ଏମିତି କିଛି ଦୁଃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଳକ ମହୁଲି ପଂଚାୟତର କୋଟାଛକ ଠାରେ ରହିଥିବା ଏକ ନଳକୂପ ର ଚିତ୍ର । ତେବେ କୋଟାଛକ ଉପରେ ବୈପାରିଗୁଡା , ଜୟପୁର ଓ ଲମତାପୁଟ ବ୍ଲକ ସହିତ ଆନ୍ଧ୍ରପ୍ରଦେଶକୁ ୟାତାୟତ କରିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରତିଦିନ ସରକାରୀ କର୍ମଚାରୀ କିଏ ବା କିଏ ଏହି ଛକରେ କିଛି ସମୟ ପାଇଁ ରହନ୍ତି । କାହାର ଦୃଷ୍ଟି ମଧ୍ୟ ଏହି ନଳକୂପ ଉପରେ ପଡିନଥିବା ଏକ ପରିତାପର ବିଷୟ । ଏହି କୋଟାଛକରେ ଛୋଟ ବଡ ମିଶାଇ କିଛି ଦୋକାନ ବଜାର ମଧ୍ୟ ରହିଛି । ଏହି ସ୍ଥାନକୁ କିଛି ବ୍ୟକ୍ତ ବିଶ୍ୱସ ଦହି ପିଇବା ପାଇଁ ମଧ୍ୟ ଆସନ୍ତି ।
ସେହି ନଳକୂପ ରେ କୋଟାଛକର ଲୋକ ନିର୍ଭର କରୁଥିବା ବେଳେ ଅନ୍ୟ ପଟେ ସେହି ରାସ୍ତା ଦେଇ ୟାତାୟତ କରୁଥିବା ଲେକେ ମଧ୍ୟ ପାନୀୟ ଜଳ ଉପରେ ନିର୍ଭର କରିିଥାନ୍ତି । ହେଲେ ଏହି ନଳକୂପ ରେ ଚାନ୍ଦିନି ନିର୍ମାଣ କରାଯାଇ ଥିଲେ ମଧ୍ୟ ନଳକୂପ ଚାରିପଟେ କାଦୁଅ ଏବଂ କୁଢାକୁଢା ଆବର୍ଜନା ପଡି ରହିଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି । କିଛି ଯାତ୍ରୀ ପ୍ରକାଶ କରିଛନ୍ତି ଯେ ନଳକୂପ ଗୋଟି ପାଖରେ ଚାପି ହୋଇ ରହିଥିବା ବେଳେ କମ ସଂଖ୍ୟାକ ଲୋକ ତାହା ବ୍ୟବହାର କରୁଛନ୍ତି ।
କିନ୍ତୁ ଏତେ ମାତ୍ରାରେ ବର୍ଷ ବର୍ଷ ହେବ ଏହି ନଳକୂପ ଚାରିପଟେ ଏତେ ଆବର୍ଜନା ପଡି ରହିଥିବା ବେଳେ ତାହା ବିଷୟରେ କେମିତି ଖବର ନାହିଁ ପ୍ରଶାସନ ପାଖରେ । ହେଲେ କଣ ପାଇଁ ପ୍ରଶାସନ ଏହି ନଳକୂପ କୁ ଅଣଦେଖା କରୁଛନ୍ତି । ତାହାକୁ ନେଇ ଯାତ୍ରୀ ମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । କିଛି ଦିନ ହେବ ନଳକୂପ ଟି ଆବର୍ଜନା ଭିତରେ ରହିଥିବା ନେଇ ସୋସିଆଲ ମିଡିଆ ରେ ଘୋରି ବୁଲୁଥିବାର ଦେଖାଯାଇଛି ! ଏଥି ପ୍ରତି ଜିଲ୍ଲାପ୍ରଶାସନ , ବ୍ଳ୍କ ପ୍ରଶାସନ ଓ ସ୍ଥାନୀୟ ପଂଚାୟତ ଦୃଷ୍ଟି ଦେବାକୁ ଦାବି ହେଉଛି ।
No Result
View All Result