ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଳକ ଦୋରାଗୁଡା ପଂଚାୟତବାସୀଙ୍କ ପକ୍ଷରୁ ଦୋରାଗୁଡା ପଂଚାୟତ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ ସମିତିସଭ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତ୍ରିଲୋଚନା ଜେନାଙ୍କୁ ଏକ ବିରାଟ ସଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହିତ ଦୋରାଗୁଡାବାସୀଙ୍କ ପକ୍ଷରୁ ତାଙ୍କୁ କାର୍ଯ୍ୟାଳୟ ଭିତରକୁ ନେବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେ ସମିତିସଭ୍ୟ ଭାବେ ଦୋରାଗୁଡା ଠାରେ ଦାୟିତ୍ୱ ନେବା ପରେ ତାଙ୍କୁ ପଂଚାୟତବାସୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ମାନଙ୍କ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଶୁଭେଚ୍ଛା ମିଳିଥିବାର ଜଣାଯାଇଛି ।

ସୋମବାର ଦିନ ଭଲ ବେଳା ଦେଖି ଦାୟିତ୍ୱ ନେବା ସମୟରେ ବୈପାରିଗୁଡା ବ୍ଲକ ବିଜେଡି ଆବାହକ ହେମନ୍ତ କୁମାର ମହାପାତ୍ର, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ବାବୁନି ମହାନ୍ତି ଙ୍କ ସହିତ ଦୋରାଗୁଡା ଅଂଳରର ବିଜେଡି ଦଳୀୟ କର୍ମୀ ଲମ୍ବୋଦର ଖରା, କାର୍ତିକ ଗାଦବା, ବରିଷ୍ଟ କର୍ମୀ ପଦ୍ମ ହନ୍ତାଳ ଏବଂ ବିଜେଡି ଦଳର କିଛି ସମିତିସଭ୍ୟ, ପଂଚାୟତବାସୀ ମାନେ ଉପସ୍ଥିତ ରହି ପଂଚାୟତ କାର୍ଯ୍ୟାଳୟ ପରିସରରେ ଠାରେ ନବନିର୍ବାଚିତ ସମିତିସଭ୍ୟ ତଥା ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତ୍ରିଲୋଚନା ଜେନାଙ୍କୁ ପୁଷ୍ପଗୁଛ ପ୍ରଦାନ କରିବା ସହ ସମିତିସଭ୍ୟଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧନା କରିଥିଲେ ।

ସେଠାରେ ପହଂଚବା ପରେ ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି ଯେ ଦୋରାଗୁଡା ପଂଚାୟତ ର ଉନ୍ନତି କରିବା ସହ ଦୋରାଗୁଡା ପଂଚାୟତ କୁ ଏକ ଆର୍ଦଶ ପଂଚାୟତ ଭାବେ ଗଢିବା ସହିତ ଲୋକଙ୍କ ସେବା କରିବା ହିଁ ମୋର ପ୍ରଥମ କର୍ତବ୍ୟ ବୋଲି କହିଛନ୍ତି । ସେହି ପରି ଭାବେ ତାଙ୍କ ପଂଚାୟତରେ ଥିବା ଅସହାୟ ଓ ଗରିବ ଲୋକେ କେବେ ମଧ୍ୟ ସରକାରୀ ଯୋଜନାରୁ ବାଦ ପଡିବେ ନାହିଁ ସେଥି ପ୍ରତି ଗୁରୁତ ଦେବା ସହିତ ସମସ୍ତଙ୍କୁ ଲୋକଙ୍କୁ ସହଯୋଗର ହାତ ବଢାଇ କାମ କରିବେ ବୋଲି କହିଛନ୍ତି । ମୁଁ ଉପାଧ୍ୟକ ଥିବା ସମୟରେ ବ୍ଲକ ଅଂଚଳରେ ଯାହାବି ସମସ୍ୟା ଅଛି ତାହାର ସମାଧାନ କରିଛି ଏବେ ମଧ୍ୟ ସମିତିସଭ୍ୟ ରହି ବ୍ଲକର ବିଭିନ୍ନ ଗାଁ ଗୁଡିକର ବିକାଶ କି ଭଳି ହେବ ସେ ଦିଗରେ ଚେଷ୍ଟା କରିବି ବୋଲି ମତବ୍ୟକ୍ତ କରିଥିଲେ ।