• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଶୋକାଷ୍ଟମୀ ଏବଂ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ଚଳଚଞ୍ଚଳ ଏକାମ୍ର କ୍ଷେତ୍ର – ଲିଙ୍ଗରାଜଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
April 9, 2022
in ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍
0
ଅଶୋକାଷ୍ଟମୀ ଏବଂ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା :  ଚଳଚଞ୍ଚଳ ଏକାମ୍ର କ୍ଷେତ୍ର – ଲିଙ୍ଗରାଜଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ
Share on FacebookShare on TwitterWhatsapp

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଆଜିଠୁ ଆରମ୍ଭ ହେଲା ଗର୍ଭଗୃହ ଦର୍ଶନ । ଦୁଇ ବର୍ଷ ପରେ ଭକ୍ତ ମାନେ ଗର୍ଭଗୃରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । କୋଭିଡ କଟକଣା ଯୋଗୁଁ ଆଡ଼କାଠ ନିକଟରୁ ଦର୍ଶନ କରୁଥିଲେ ଭକ୍ତ । ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଭୋର ୫ଟାରୁ ସାଢେ଼ ୫ଟା ମଧ୍ୟରେ ହୋଇଥିଲା ମଙ୍ଗଳ ଆଳତୀ ଓ ଅବକାଶ ନୀତି। ସକାଳ ୯ଟା ୧୫ରୁ ୯ଟା ୪୫ ମଧ୍ୟରେ ସକାଳ ଧୂପ । ଅପରାହ୍ନ ୧୨: ୩୦ ରୁ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୩ଟା ୩୦ ରେ ଆରମ୍ଭ ହେବ ରଥଟଣା ।

ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଚୈତ୍ରମାସ ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ନାମରେ ପରିଚିତ ଏବଂ ଏହି ଦିନର ଯାତ୍ରାର ରଥକୁ ରୁକୁଣା ରଥ ଯାତ୍ରା କହନ୍ତି ।ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି । ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷ ସ୍ତ୍ରୀଲୋକଙ୍କ ଉପକାରୀ । ବିଶେଷକରି ପୁନର୍ବସୁ ନକ୍ଷତ୍ରରେ ଏହା ସେବନ କଲେ ଅଧିକ ଫଳପ୍ରଦ ହୁଏ । କିଛିଲୋକଙ୍କ ମତରେ ରାବଣ ଜଣେ ବୈଜ୍ଞାନିକ ଥିଲେ ଏବଂ ସ୍ତ୍ରୀଲୋକଙ୍କ ପ୍ରଧାନ ଋତୁଜନିତ ରୋଗ ନିରାକରଣ ନିମିତ୍ତ ଅଶୋକବନ ସୃଷ୍ଟି କରିଥିଲେ । ଏହି ବନରେ ସୀତାଙ୍କୁ ରଖିଲେ ତାଙ୍କର ଶାରୀରିକ ବିଶେଷତଃ ସ୍ତ୍ରୀରୋଗ ହେବନାହିଁ ବୋଲି ରାବଣ ସୀତାଙ୍କୁ ସେଠାରେ ରଖାଇଥିଲେ ।

ଓଡ଼ିଶାରେ ପାଳିତ ହେଉଥିବା ଅଶୋକାଷ୍ଟାମୀ ସହ ଏହାସହ କୌଣସି ସାମଞ୍ଜସ୍ୟ ନାହିଁ । ରାମନବମୀ ସହିତ ଅଶୋକବନର ସମ୍ପର୍କ ମଧ୍ୟ କମ । କାରଣ ରାମଜନ୍ମ ତିଥିକୁ ଭିତ୍ତିକରି ଏହିଦିନ ପାଳନ କରାଯାଏ । ରୁକୁଣାରଥ ଶ୍ରୀକୃଷ୍ଣଙ୍କ ପତ୍ନୀ ରୁକ୍ମିଣୀଙ୍କ ନାମାନୁଯାୟୀ ନାମିତ ହୋଇଛି । ଏଭଳି ନାମକରଣ ବୈଷ୍ଣବ ଯୁଗରୁ ହୋଇଆସୁଥିବା ଅନୁମେୟ । ଏହିରଥ ଆରମ୍ଭ ହୋଇଛି ପ୍ରକୃତରେ ଅଶୋକଙ୍କ ସମୟରୁ । ଏହା ହିଁ ପ୍ରକୃତ ବିଜୟ ରଥ , ମାତ୍ର ଏ ବିଜୟ ଶିବଙ୍କର ନୁହେଁ । ଲକ୍ଷ ଲକ୍ଷ ଉତ୍କଳୀୟଙ୍କୁ ବଧକରି ଅଶୋକ ଯେଉଁ ବିଜୟଲାଭ କଲେ, ସେ ବିଜୟ ତାଙ୍କୁ ଆନନ୍ଦ ଦେଇପାରିଲା ନାହିଁ । ଉତ୍କଳୀୟଙ୍କ ଉଷ୍ମରକ୍ତରେ ତାଙ୍କ ହୃଦୟର କଠିନ ଆବରଣ ଉନ୍ମୋଚିତ ହେଲା । ଚଣ୍ଡାଶୋକରୁ ସେ ହେଲେ ଧର୍ମାଶୋକ । ତାଙ୍କରି ଚିହ୍ନସ୍ୱରୂପ ଯେଉଁ ବିଜୟୋତ୍ସବ ପାଳନ କରାଗଲା, ସେହି ବିଜୟର ଚିହ୍ନ ହିଁ ଆଜିର ଏ ରୁକୁଣା ରଥ । ଲିଙ୍ଗରାଜ ମନ୍ଦିରଠାରୁ ରଥ ଯେଉଁ ପର୍ଯ୍ୟନ୍ତ ଆସେ, ସେହି ସ୍ଥାନଟିର ନାମ ବିଜୟ ପଡ଼ିଆ ।

ସମସ୍ତଙ୍କର ଧାରଣା ତ୍ରିପୁରାସୁରକୁ ବଧକରି ଶିବ ରଥାରୋହଣ କରିଥିବା ହେତୁ ଏହି ରଥରେ ଶିବ ବିଜେ କରନ୍ତି ଏବଂ ସେହି ରଥର ସାରଥି ବ୍ରହ୍ମା ହୋଇଥିବାରୁ ରୁକୁଣା ରଥର ସାରଥି ବ୍ରହ୍ମା କୁହାଯାଏ । କିନ୍ତୁ ଅଶୋକାଷ୍ଟମୀ ଦିନ କେବଳ ଭୁବନେଶ୍ୱରକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ଶିବଙ୍କର ଉତ୍ସବ ହୁଏନାହିଁ ଏବଂ ଏହିଦିନ ତ୍ରିପୁରାସୁର ମଧ୍ୟ ବଧ ହୋଇନଥିଲା । ତା’ହୋଇଥିଲେ ସର୍ବତ୍ର ଶିବ ବା ମହାଦେବଙ୍କ ପୀଠରେ ଏହି ଉତ୍ସବ ପାଳିତ ହେଉଥାନ୍ତା । ପ୍ରକୃତ କଥା ହେଲା ଅଶୋକଙ୍କ ପରେ ବୌଦ୍ଧ ସଂସ୍କୃତିକୁ ଆତ୍ମସାତ କଲା ଶୈବ ସଂସ୍କୃତି । ସେହି ଅନୁସାରେ ଅଶୋକଙ୍କ ବିଜୟ ରଥରେ ବୁଦ୍ଧ ପରିବର୍ତ୍ତେ ଶିବ ବା ମହାଦେବଙ୍କ ବିଜେ ପ୍ରତିମା ସ୍ଥାନ ପାଇଲେ । ଏହାପରେ ଯେତେବେଳେ ଉତ୍କଳୀୟ ରାଜା ବୈଷ୍ଣବ ଧର୍ମରେ ଅନୁପ୍ରାଣିତ ହେଲେ ସେତେବେଳେ ଶିବମୂର୍ତ୍ତି ସହିତ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ତାଙ୍କ ପାର୍ଶ୍ୱଦେଶରେ ରୁକ୍ମିଣୀଙ୍କୁ ବସାଇଦେଲେ ଓ ରଥଟିର ନାମ ରୁକୁଣାରଥ ଦେଲେ ।

ରୁକୁଣାରଥର ଦିଅଁମାନେ ରଥରୁ ଉତୁରି ଯେଉଁ ମନ୍ଦିରରେ ରହନ୍ତି, ତାହା ରାମେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ । କଥିତ ଅଛି ଯେ ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ପିଲାପିଲି ହେଉନାହାନ୍ତି ବା ପିଲାପିଲି ହୋଇ ମରିଯାଉଛନ୍ତି , ସେମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି ଅଶୋକାଷ୍ଟମୀ ପାହାନ୍ତାରେ ମରିଚିକୁଣ୍ଡରେ ସ୍ନାନ କରନ୍ତି । ଏହାଦ୍ୱାରା ସେମାନଙ୍କର ପିଲାପିଲି ହୋଇଥାଏ ବା ପିଲା ମରନ୍ତି ନାହିଁ । ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ।

ପୁରାଣ ଅନୁଯାୟୀ, ରାବଣଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ିଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି । ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ।

ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି । ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ ।

ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ ବରଣ କରାଯାଏ । ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜାର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହା ଶିବରାତ୍ରି ପରେ ରଥ କାମ ଆରମ୍ଭ ହୁଏ । ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। । ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ । ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ ।

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ୱର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣାରଥକୁ ପୂଜା କରାଯାଏ। ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାଳିତ ହୁଏ। କଟକର ଗଣେଶ ଘାଟର ଶିବ ମନ୍ଦିରରେ ମଧ୍ୟ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୁଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version