ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁ ବ୍ରଦରର୍ସ କେସିଙ୍ଗା ଚମ୍ପିୟାନ

ଓଡ଼ିଶା ତାଜା ନ୍ୟୁଜ୍ (ଏପ୍ରିଲ ବୁଧବାର ) କଳାହାଣ୍ଡି :- ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଏକ ଦିବସୀୟ ରାତ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁ ବ୍ରଦରର୍ସ କେସିଙ୍ଗା ବିଜୟୀ ହୋଇଛି । କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ଭାବେ ଏହି ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ ନର୍ଲା ଫୁଟବଲ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା । ସଂଧ୍ୟା ୬ ଘଣ୍ଟା ସମୟରୁ ରାତ୍ରି ୧ଟା ଯାଏଁ ଫୁଟବଲ ଖେଳ ହୋଇଥିଲା । ଆଠଗୋଟି ଦଳ ମଧ୍ୟରୁ ଫାଇନାଲ ଖେଳ କେସିଙ୍ଗା ଓ ମହୀପୁର ତୁଷୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୧ରେ କେସିଙ୍ଗା ପପୁ ବ୍ରଦରର୍ସ ବିଜୟୀ ହୋଇଥିଲା ।

ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସୁକୁଲ ୱଲଫେଆର ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଭାପତି ନିଖାଲ ପରବିନ, ନର୍ଲା ସରପଂଚ ତନୁଜା ହରପାଲ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୈାଡିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଂଚ ଦେବେନ୍ଦ୍ର ସା, ପୂର୍ବତନ କ୍ରୀଡାବିତ ସରୋଜ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ‌।

ପୁରସ୍କାର ବିତରଣ ଉତ୍ସବରେ ନର୍ଲା ଥାନା ଅଧିକାରୀ ରେଣୁକା ସୁନା,ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଉପସ୍ଥିତ ରହି ବିଜୟୀ କେସିଙ୍ଗା ଦଳକୁ ୭୦୦୦ ହଜାର ଓ ରନର୍ସ ଅଫ୍ ମହୀପୁରକୁ ୫୦୦୦ ଟଙ୍କା ପ୍ରଦାନ କରିଥିଲେ । ନବ ୟୋଗା ସିଡ୍ସ ସଦସ୍ୟ ଟ୍ରଫି ଦେବାରେ ସହଯୋଗ କରିଥିବା ବେଳେ ନର୍ଲା ଫୁଟବଲ କମିଟିର ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ବରେ ତ୍ରୀଲୋଚନ  ଗଉଡ, ମଣ୍ଟୁ ପୁଝାରୀ, ଗୋପାଳ ମାଝୀ, ବିଜୟ ବାଣୁଆ,ଭକ୍ତରାମ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।