No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ବୁଧବାର) ଭୁବନେଶ୍ୱର :- ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଓକିଲ ସଂଘର ବାର୍ ଆସୋସିଏସନ ହଲ୍ ନଂ-୧ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ନବନିର୍ବାଚିତ ହୋଇଥିବା ସମସ୍ତ ନିର୍ବାଚିତ ପଦାଧିକାରୀଙ୍କୁ ଶପଥ କରାଇଥିଲେ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦାସ, ଆଶିଷ ଦାସ, ସୁବାସ ଶତପଥୀ, ରାଜେନ୍ଦ୍ର ହୋତା, ସୌଭାଗ୍ୟ ଶଙ୍କର ଦେଓ ।
ଆସୋସିଏସନ ସଭାପତି ଭାବେ ରବି ନାରାୟଣ ସାମନ୍ତରାୟ ନିର୍ବାଚିତ ହୋଇଥିବା ବେଳେ ରାଜକିଶୋର ଦାସ ସମ୍ପାଦକ, ଅଭିମନ୍ୟୁ ସ୍ୱାଇଁ ଉପସଭାପତି, ରାଜେନ୍ଦ୍ର କୁମାର ଦାସ ସହ ସମ୍ପାଦକ, ଅଶୋକ କୁମାର ବଡ଼ପଣ୍ଡା ଯୁଗ୍ମ୍ ସମ୍ପାଦକ, ଦିବାକର ମିଶ୍ର କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଭ୍ୟ ରୂପେ ସବ୍ୟସାଚୀ ସୂତାର,
କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାସ, ପ୍ରଦୀପ୍ତ କୁମାର ପାଲ, ଦିପ୍ତିରଞ୍ଜନ ଦଳାଇ, ଅମିତ୍ରା ସାହୁ, ବନ୍ଦିତା ସାମଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଶପଥ ଗ୍ରହଣ ଉତ୍ସବକୁ ଜଗନ୍ନାଥ ଦାସ ପରିଚାଳନା କରିଥିଲେ । ସର୍ବଶେଷରେ ରାଜକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result