No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ମାର୍ଚ୍ଚ ଗୁରୁବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଥିବା ଦଶପଲ୍ଲା ,ନୂଆଗାଁ, ଏବଂ ଗଣିଆ ବ୍ଲକ୍ ଦଖଲ କରିଛି ବିଜେଡ଼ି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ,ଲୋକ ପ୍ରିୟତା ଏବଂ ଦଶପଲ୍ଲା ବିଧାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ପ୍ରଚେଷ୍ଟା ବଳରେ ତାହା ସମ୍ଭବ ହେଇଛି । ସେହିପରି ଦଶପଲ୍ଲା ଏନ୍ ଏ ସି ବିଜେଡ଼ି ଦଖଲ କରିବା ନେଇ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ଏନ୍ ଏ ସି ଅଧ୍ୟକ୍ଷା ପ୍ରାର୍ଥୀନୀ ରୀନା ବେହେରା ଙ୍କ ସହ ୧ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ସୁରେଶ କୁମାର ସିଂ,

୨ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ଜ୍ୟୋତ୍ସ୍ନା ରାଣୀ ସେଠୀ,୩ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ରସ୍ମିପ୍ରୀୟା ଜେନା,୪ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ସଂଯୁକ୍ତା ଦାସ୍ ଗୁପ୍ତା, ଏବଂ ୫ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ମଞ୍ଜୁଲତା ବେହେରା ଙ୍କ ପାଇଁ ଦଶପଲ୍ଲା ବିଧାୟକ ମାରାଥନ୍ ପ୍ରଚାର କରିବା ସହ ଘର ଘର ବୁଲି ବିପୁଳ ଭୋଟ ଦେଇ କାଉନସିଲର ପ୍ରାର୍ଥୀ,ପ୍ରାର୍ଥୀନୀ ଙ୍କୁ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ବିଜେଡ଼ି ଦଖଲ କରିବା ନେଇ ଜନସାଧାରଣ ରେ ଚର୍ଚ୍ଚା ଚାଲିଛି ।

No Result
View All Result