No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ବୈପାରିଗୁଡା :- ଗାଁ ପାଖରେ ଜଣେ ବୃଦ୍ଧା କେଉଁ ସ୍ଥାନରୁ ଆସି ବୃଦ୍ଧା ଜଣକ ସେଠାରେ ପଡି ରହିବା ସହିତ ହଟହଟା ହେଉ ଥିବା ବେଳେ ଗ୍ରାମର କିଛି ଯୁବଗୋଷ୍ଠୀ ଏହି ବୃଦ୍ଧାଙ୍କୁ ଆଜି ଉଦ୍ଧାର କରିବା ସ୍ଥାନୀୟ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତି କରିଥିବାର ଦେଖାଯାଇଛି .ଖବର ନେବାରୁ ଜଣାପଡିଛି ଯେ ବୈପାରିଗୁଡା ଜୟପୁର ରାସ୍ତାର ଗୁଣ୍ଠାଗୁଡା ଗ୍ରାମରେ କେଉଁ ଆଡ ରୁ ଜଣେ ବୃଦ୍ଧା ଆସି ସେଠା ରେ ଦୁଇଦିନ ହେବ ରହିଛନ୍ତି ଏବଂ ଗ୍ରାମର କିଛି ଯୁବକ ଏହି ବୃଦ୍ଧାଙ୍କୁ ଖାଇବା ପାଇଁ ଖାଦ୍ୟ ମଧ୍ୟ ଦେଇଥିଲେ . ତେବେ ଆଜି ବୃଦ୍ଧା ଜଣକ ଆଉ ସେହି ସ୍ଥାନରୁ ଉଠିପାରିନଥିବାରୁ ଗ୍ରାମର ଧନପତି ନାୟକ ଓ ଗ୍ରାମର କିଛି ଯୁବକ ବୈପାରିଗୁଡାର ନବନିର୍ବାଚିତ ସମିତିସଭ୍ୟ ପ୍ରାର୍ଥୀନୀ ମଞ୍ଜୁଲତା ପଟ୍ଟନାୟକଙ୍କ ସ୍ୱାମୀ ତଥା ସ୍ୱେର୍ଚ୍ଛାସେବୀ ନଟବର ପଟ୍ଟନାୟକଙ୍କୁ ଫୋନ କରି ଘଟଣା ବିଷୟରେ ଅବଗତ କରାଇଥିଲେ .

ଖବର ପାଇବା ମାତ୍ର ସ୍ୱେର୍ଚ୍ଛାସେବୀ ନଟବର ପଟ୍ଟନାୟକ ସାଙ୍ଗେ ସାଙ୍ଗେ ଗୁଣ୍ଠାଗୁଡା ଗ୍ରାମରେ ପହଚଂ ବୃଦ୍ଧାଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ପଚାରି ବୁଝିବା ସହ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଗୁଣ୍ଠାଗୁଡା ଗ୍ରାମକୁ ଡକାଇଥିଲେ . ଗୁଣ୍ଠାଗୁଡା ଗ୍ରାମର ଧନପତି ନାୟକଙ୍କ ସହିତ ଗ୍ରାମର ଯୁବଗୋଷ୍ଠୀ ଓ ସ୍ୱେର୍ଚ୍ଛାସେବୀ ନଟବର ପଟ୍ଟନାୟକ ବୃଦ୍ଧାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥଲେ .

ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବା ସହିତ ଡାକ୍ତରଙ୍କ ସହ ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ବିଷୟବସ୍ତୁ କୁ ନେଇ ଆଲୋଚନା ମଧ୍ୟ କରିଛନ୍ତି .ତେବେ ବୃଦ୍ଧା ଜଣକ କିଛି ସଠିକ ଭାବେ ତାଙ୍କର ପରିଚୟ ପ୍ରଦାନ କରିପାରୁ ନଥିବା ବେଳେ କେତେ ବେଳେ ଜୟପୁର ତ କେତେ ବେଳେ ବାଲିମେଳା ଠାରେ ରହୁଥିବା ପ୍ରକାଶ କରିଛନ୍ତି .ମଝି ମଝି ରେ ବୈପାରିଗୁଡା ବ୍ଲକର ଧଳପୁର ଠାରେ ମଧ୍ୟ ସମ୍ପର୍କୀୟ ରହୁଥିବାର ବୃଦ୍ଧା ଜଣକ କହୁଥିବାର ଶୁଣାଯାଇଛି . ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମାନଙ୍କ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଥିବାର ଦେଖାଯାଇଛି .ତେବେ ତାଙ୍କ ସମ୍ପକୀୟ ତାଙ୍କୁ ଆସି ନେଇ ଯିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ ମଧ୍ୟ କରାଯାଇଛି .

No Result
View All Result