ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ବୈପାରିଗୁଡା :- ମାଓ ଅଧ୍ଯୁଷିତ ବୈପାରିଗୁଡା ବ୍ଲକରେ ଶେଷ ତଥା ପଞ୍ଚମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି .କିଛି ପଞ୍ଚାୟତରେ ପ୍ରାର୍ଥୀ ମାନଙ୍କ ଭିତରେ କଡା ଟକ୍କର ହୋଇଥିବାରୁ ଏବେ ପ୍ରାର୍ଥୀଙ୍କୁଘାରିଛି ଭୋଟ ବାକ୍ସ ଟ୍ୟାମ୍ପରିଂ ଭୟ.ବ୍ଲକ ପ୍ରଶାସନ ଭୋଟ ବାକ୍ସ ଥିବା ଷ୍ଟ୍ରଙ୍ଗ ରୁମରେ ସିସିଟିଭି କ୍ୟାମେରା ଭଳି ଆନୁସାଙ୍ଗିକ କଡା ସୁରକ୍ଷା ବ୍ୟବସ୍ଥା କରିଥିବାର ଦେଖାଯାଇଛି . ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମର ସ୍ଫଷ୍ଟ ଚିତ୍ର ଦେଖିବା ପାଇଁ ପ୍ରଶାସନ ତରଫ ରୁ ଏଲଇଡି ଟିଭି ର ବ୍ୟବସ୍ଥା ସାଙ୍ଗକୁ ପୋଲିସ କର୍ମଚାରୀ ମୁତୟନ ମଧ୍ୟ କରା ଯାଇଛି । ତଥାପି ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରାର୍ଥୀଙ୍କ ଭରସା ନାହିଁ ତେଣୁ କାଳେ କେଉଁ ମୁହୂର୍ତ୍ତରେ ଭୋଟ ବାକ୍ସ ଏପଟ ସେପଟ ହୋଇଯିବ ସେହି ଭୟ ମଧ୍ୟ ଘାରିଛି ପ୍ରାର୍ଥୀଙ୍କୁ ।
ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ପ୍ରାର୍ଥୀଙ୍କ ସମର୍ଥକ ମାନେ ବୈପାରିଗୁଡା ବ୍ଲକ ପରିସର ଭିତରେ ରାତ୍ରୀ କାଟୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି.ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହେବା ପରେ ୪୬୫ ପ୍ରାର୍ଥଙ୍କ ଭାଗ୍ୟ ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବଳୟରେ ରହିଛି। ପଞ୍ଚାୟତ ସମିତିରେ ୨୪୪ ଟି ବୁଥରେ ୭୨୧୪୩ ଭୋଟରୁ ୬୦୮୯୬ ଜଣ ଭୋଟର୍ ମତଦାନ କରିଛନ୍ତି। ୮୪.୪୧ ପ୍ରତିଶତ ମତଦାନ ହୋଇଛିା ଏଥିରେ ୨୦ ଟି ପଞ୍ଚାୟତରରେ ଜୋନ୍-୧ ଓ ଜୋନ୍-୨ ନମ୍ବର ପାଇଁ ଜିଲା ପରିଷଦ ଜୋନ ପାଇଁ ବିଜେପି , ବିଜେଡି , କଂଗ୍ରେସ ,ଫରଓ୍ବାର୍ଡ ବ୍ଲକ , ଏୟୁସିଆଇ , ବହୁଜନ ସମାଜ ପାର୍ଟି ଦଳର ୯ ଜଣ ପ୍ରାର୍ଥୀ ରହିଛନ୍ତି ।
୨୦ ଟି ପଞ୍ଚାୟତରେ ୬୩ ଜଣ ସମିତି ସଭ୍ୟ, ୬୭ ଜଣ ସରପଞ୍ଚ ଏବଂ ୩୨୬ ଜଣ ଓ୍ବାର୍ଡମେମ୍ବର ପ୍ରତିଦ୍ୱନ୍ଦୀ କରୁଥିଲେ.ସେହି ପରି ଭାବେ ତେନ୍ତୁଳିଗୁମ୍ମା ଠାରେ ଜଣେ ସରପଞ୍ଚ ଓ ଜଣେ ସମିତିସଭ୍ଯ ଆଉ କିଛି ପଞ୍ଚାୟତରେ ଓ୍ବାର୍ଡମେମ୍ବର ମାନେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହୋଇଛନ୍ତି. ବ୍ଲକର ସଭାକକ୍ଷରେ କଡା ସୁରକ୍ଷାରେ ଭିତରେ ଭୋଟ ବାକ୍ସ ରଖାଯାଇଛି । ଭିତରକୁ ଯିବାକୁ ହେଲେ ପ୍ରଥମେ ବାଉଁଶ ବାଡ ତାହା ପରେ ଗୋଟିଏ ଲୁହା ଗେଟ ଏବଂ କବାଟ ରହିଥିବା ସହ ଷ୍ଟ୍ରଙ୍ଗ ରୁମର ମୁଖ୍ୟ ଗେଟକୁ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ଓ ତହସିସଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଓ ପୋଲିସ କର୍ମଚାରୀ ମାନେ ସିଲ କରିଥିବାର ଦେଖାଯାଇଛି । ସୁରକ୍ଷା ପାଇଁ ୬ ଟି ସିସିଟିଭି ଖଞ୍ଜା ଯାଇଛି ।














