No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ଭୁବନେଶ୍ୱର/ନୂଆଦିଲ୍ଲୀ :- ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ବରିଷ୍ଠ ସାମ୍ବାଦିକ ଓ ଜର୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆର ରାଷ୍ଟ୍ରୀୟ ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଘୋର ଉଦବେଗ ପ୍ରକାଶ କରିଛନ୍ତି । ଏକ ବିବୃତ୍ତିରେ ଶ୍ରୀ ଦ୍ଵିବେଦୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହା ଗଣତାନ୍ତ୍ରିକ ପରମ୍ପରା ଓ ସୁସ୍ଥ ସାମାଜିକ ବ୍ୟବସ୍ଥାର ପରିପନ୍ଥୀ ବୋଲି ସେ କହିଛନ୍ତି ।
ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଖ୍ୟା ଦିଆଯାଇଥିବା ବେଳେ ନିର୍ବାଚନ ଭଳି ଗଣତନ୍ତ୍ରର ମହାପର୍ବ ଅବସରରେ ଏଭଳି ଅଘଟଣ ଘଟିବା ଉତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଉପରେ କୁଠାରଘାତ କରୁଥିବା ସେ ଦର୍ଶାଇଛନ୍ତି । ଏହି ଘଟଣାକୁ ଦଳ ମତ ନିର୍ବିଶେଷରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ନିନ୍ଦା କରିଥିବା ନେଇ ଶ୍ରୀ ଦ୍ଵିବେଦୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
ତେବେ ମାରଣାତ୍ମକ ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ଦ୍ଵିବେଦୀ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରକୃତ ଦୋଷୀକୁ ଶାସ୍ତି ନମିଳିଛି ଦେଶ ସାରା ସାମ୍ବାଦିକ ମାନଙ୍କର ବିରୋଧ ଅଭିଯାନ ଜାରି ରହିବ ବୋଲି ଶ୍ରୀ ଦ୍ଵିବେଦୀ ପ୍ରକାଶ କରିଛନ୍ତି । ଆସନ୍ତା ମୁନିସିପାଲିଟି ନିର୍ବାଚନରେ ଯେଭଳି ଏଭଳି ହିଂସାକାଣ୍ଡର ପୁନରାବୃତ୍ତି ନ ଘଟେ ସେ ନେଇ ରାଜ୍ୟ ପ୍ରଶାସନ ସତର୍କ ଓ ସଚେତନ ରହିବାକୁ, ସେ ପରାମର୍ଶ ଦେଇଛନ୍ତି ।
No Result
View All Result