ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଗ୍ରାମଘାଟିରାସ୍ତା ରେମାକ୍ସ ପିକ ଅପ ଗାଡି ଓଲଟି ଜଣେ ମୃତ ୬ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଫେବୃଆରୀ ଶନିବାର ) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ନିକଟ ଡରବା ଗାଁକୁ ଏକ ଭୋଜିରେ ଯୋଗ ଦେଇ ଭୋଜି ସାରି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପଙ୍କାଳ ଗ୍ରାମକୁ ଏକ ମାକ୍ସ ପିକ ଅପ ଗାଡି ନଂ ଓଆରଠ୭ କ୍ୟୁଉ ୫୩୮୯ଯୋଗେ ଫେରୁଥିବା ବେଳେ ରା.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଗ୍ରାମ ନିକଟ ଘାଟି ରାସ୍ତା ବୁଲାଣିରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଗାଡି ପଛ ଡାଲାରେ ବସିଥିବା ପ୍ରାୟ ୧୫ ଜଣ ଛିଟିକି ତଳେ ପଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତର ଥିଲେ।

ଗୁରୁତର ମାନଙ୍କ ମଧ୍ୟରେ ଡରବା ଗାଁରଅମ୍ବିକାବେହେରାଦଳାଇ, ସନିଆ ନାୟକ,ଗୀତାଞ୍ଜିଳ ବେହେରଦଳାଇ, ଜୁରିଆ ବେହେରାଦଳାଇ, ଦିଲେଶ୍ଵର ବେହେରଦଳାଇ ଓ ମହା ଲତା ନାୟକଙ୍କୁ ୧୦୮ ଯୋଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ମୃତ ବ୍ୟକ୍ତିମାନେ ହେଲେ ଡରବା ଗାଁର ଘନଶ୍ୟାମ ବେହେରଦଳାଇ ଓ ସେରଗଡ ପଟାବାବୁଲି ଗ୍ରାମର ପଞ୍ଚୁ ସ୍ଵାଇଁ । ଚନ୍ଦ୍ରଗିରି ଓ ରା.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।