No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ଖୋର୍ଦ୍ଧା-ଜଟଣୀ :- ଅଲ ଇଣ୍ଡିଆ ଗାର୍ଡ କାଉନସିଲର ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୫୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗାନ୍ଧୀପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଵସର ପ୍ରାପ୍ତ ଡି ଓ ଏମ(କୋଚିଂ)ପି ଏସ ପାତ୍ର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପତକା ଉତ୍ତଳନକରି ଉଦଘାଟନ କରିବା ସହିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲ ଇଣ୍ଡିଆ ଗାର୍ଡ କାଉନସିଲର ଆସିଷ୍ଟାଣ୍ଟ ସେକ୍ରେଟାରୀ ସନ୍ତୋଷ ନିଶଙ୍କ,

ଜୋନାଲ ସେକ୍ରେଟାରୀ ଏ କେ ଦାସ,ଗାର୍ଡ କାଉନସିଲର ପୂର୍ବତନ ସଭାପତି ଅନିଲ କୁମାର ସାହୁ,ଅଵସର ପ୍ରାପ୍ତ ଗାର୍ଡ ସୁମନ ପଟ୍ଟନାୟକ,ବି ସି ଡାକୁଆ,ଏସ କେ ପାତ୍ର,ପି ସି ସାହୁ,ଟି ଡି ବେହେରା,ଏସ କେ ବେହେରା ପ୍ରମୁଖବହୁ ଗାର୍ଡ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଅଲ ଇଣ୍ଡିଆ ଗାର୍ଡ କାଉନସିଲକୁ ନାମ ପରିବର୍ତ୍ତନ କରି ଅଲ ଇଣ୍ଡିଆ ଟ୍ରେନ ମ୍ୟାନେଜର ଆସୋସିଏସନ କରିବାକୁ ପ୍ରସ୍ତାବ ଦେଇଥିବା କେନ୍ଦ୍ରୀୟ ୱାର୍କିଙ୍ଗ କମିଟି ସଦସ୍ୟ ଅଲିମ ଖାଁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

No Result
View All Result