No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ବୈପାରିଗୁଡା :- କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ କଂଗ୍ରେସ ଦଳର ଗଡ ଭାବେ ପରିଚିତ ରହିଥିବା ବେଳେ ଏବେ ଧିରେ ଧିରେ ବିଜେଡି ତାର ପତିଆରା ବଢାଇ ଦୁଇ ଟି ଯାକ ଜୋନ୍ ନିଜ ଅଧିନରେ ରଖିଥିବା ବେଳେ ବିଜେପି ଦଳ ମଧ୍ୟ ଏହି ଦୁଇ ଗଡ କୁ ହାତେଇବା ପାଇଁ ମଇଦାନ ରେ ଷ୍ଟାର ପ୍ରଚାରକକୁ ନେଇ ପ୍ରଚାର ଜୋରଦାର ଭାବେ ବଢାଇ ଦେଇଛି ଏବଂ ସବୁକିଛି ସମ୍ଭବ କରିବା ପାଇଁ ଲାଗିପଡିଛନ୍ତି ଦଳୀୟ କର୍ମୀ . ଚଳିତ ତ୍ରିସ୍ତରୀୟ ନିର୍ବାଚନରେ କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଗାଁ ଗହଳି ଠାରୁ ଆରମ୍ଭ କରି ଦୋକାନ ବଜାର ସାହି ଗଳିରେ ବିଜେପି ଦଳ ଆଗୁଆ ରହିଥିବାର ଦେଖିଯାଇଛି .

ପ୍ରଥମ ଦିନରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବୈପାରିଗୁଡା ପ୍ରଭାରୀ ପୂର୍ଣ୍ଣମା ନାୟକ ବୈପାରିଗୁଡା ଗ୍ରାମରେ ପହଚଂ ବିଜେପି ପ୍ରାର୍ଥୀ ସୁରୋଶ ହରିଜନ ପାଇଁ ବୈପାରିଗୁଡା ପଚାଂୟତ ବାସୀଙ୍କୁ ଭୋଟ ଭିକ୍ଷା କରିଥିବା ବେଳେ ଆଜି ବିଜେପି ଦଳର ଷ୍ଟାର ପ୍ରଚାରକ ସିନେ ଅଭିନେତା ତଥା ଛୋଟ ମୋର ଗାଁ ସିରିୟଲ କରି ବହୁ ପରିଚିତ ଥିବା ଶ୍ରୀୟୁକ୍ତ ଅଶ୍ରୁମୋଚନ ମହାନ୍ତି ବୈପାରିଗୁଡା ବ୍ଲକ ଗ୍ରସ୍ତରେ ଆସି ବିଜେପି ସମର୍ଥନ ପ୍ରାର୍ଥୀ ସୁରୋଶ ହରିଜନ ଓ ସନାଇ ନାୟକଙ୍କୁ ବିଫୁଳ ମାତ୍ରାରେ ଭୋଟ ଦେଇ ବିଜୟ କରିବା ନେଇ ପ୍ରଚାର କରିଥିବାର ଦେଖାଯାଇଛି.

ବର୍ତମାନର ପରିସ୍ଥିତିରେ ବିଜେପି ଦଳ ଆଗୁଆ ଭାବେ ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ ଓ ବିଜେଡି ଦଳ କେବେ ଷ୍ଟାର ପ୍ରଚାରକ ମାନଙ୍କୁ ନେଇ ପ୍ରଚାର ଆରମ୍ଭ କରିବେ ତାହା ଏବେ ଦେଖିବାକୁ ବାକି ରହିଲା.ଏହି ପ୍ରଚାର ସମୟରେ ବୈପାରିଗୁଡା ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚନ୍ଦ୍ର ଶେଖର ରଥ, ବରିଷ୍ଟ କର୍ମୀ ମନୋଜ ନାୟକ, ଏନ ହରିପ୍ରସାଦ,ଠାକୁର ପାଇକଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ରହି ଥିଲେ

No Result
View All Result