No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ବୈପାରିଗୁଡା :- ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଗାଁ ଗହଳି ର ନେତାଙ୍କ ମଧ୍ୟରେ ସେତିକି ଉତ୍ପରତା ବଢୁଥିବା ର ଦେଖାଯାଇଛି .ଜାତୀୟ ଦଳ ଗୁଡିକ କୁ ଛାଡି କିଛି ଗାଁ ଗହଳିର କର୍ମୀ ମାନେ ଆଚଂଳକ ଦଳରେ ସାମିଲ ହେଉଥିବା ବେଳେ କଣ ପାଇଁ କର୍ମୀ ମାନେ ଦଳ ଛଡା ଅନ୍ୟ ଦଳକୁ ଯାଉଛନ୍ତି ତାହା ଜାଣିବା ପାଇଁ କୌଣସି ଦଳର ବରିଷ୍ଟ କର୍ମୀ ମାନେ କାହିଁକି କେହି ମଧ୍ୟ ଦୃଷ୍ଟି ଦେଉନଥିବାର ଆଲେଚନା ଏବେ ବୈପାରିଗୁଡା ବ୍ଳକରେ ଚର୍ଚ୍ଛାର ବିଷୟ ପାଲଟିଛି . ବୈପାରିଗୁଡା ବ୍ଲକ ରାମଗିରି ପଚାଂୟତ ର ଭାଲୁଗୁଡା ଗ୍ରାମର ୩୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଥିବାର କହିଛନ୍ତି ବିଜେଡି ଯୁବ କର୍ମୀ ବାପି ଜଗଦେବ .
ବୈପାରିଗୁଡା ବ୍ଲକ ବିଜୁ ଜନତା ଦଳର ସକ୍ରିୟୀ କର୍ମୀ ବାପି ଜଗଦେବଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ଏହି ମିଶ୍ରଣ ପର୍ବ ଭାଲୁଗୁଡା ଠାରେ ଅନୁଷ୍ଟିତ ହୋଇଯାଇଛି .ବୈପାରିଗୁଡା ବ୍ଲକର ରାମଗିରି ଅଚଂଳରେ ବିଜେଡି ଦଳ ଭିତରେ କନ୍ଦଳ ଲାଗି ରହିଥିବା ସମୟରେ ଜଣେ ସକ୍ରିୟୀ ଯୁବ କର୍ମୀ ବାପି ଜଗଦେବ ଏହାର ସମାଧାନ ବାଟ କାଢିବା ସହିତ ସେହି ଅଚଂଳର କିଛି ଅସନ୍ତୋଷ କଂଗ୍ରେସ କର୍ମୀଙ୍କୁ ବିଜେଡି ଦଳରେ ସାମିଲ କରି ବିଜେଡି ଦଳକୁ ଅଧିକ ମଜବୁତ କରିଥିବାର ଜଣାପଡିଛି .
ବିଜେଡି ଦଳକୁ ଅଧିକ ସୁଦୃଢ କରିବା ସହିତ ଅନ୍ୟ ଦଳର କର୍ମୀମାନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ , ତଥା ଜନହିତକର ଯୋଜନା ସମ୍ପର୍କରେ ଅବଗତ କରିବାରୁ ଆଜି ଭାଲୁଗୁଡା ଅଚଂଳର କିଛି କଂଗ୍ରେସ ଦଳର କର୍ମୀମାନଙ୍କୁ ବିଜୁ ଜନତା ଦଳରେ ସମିଲ କରି ବୈପାରିଗୁଡା ଅଚଂଳରେ ବିଜୁ ଜନତା ଦଳ ର ସଂଗଠନକୁ ସୁଦୃଢ ହୋଇପାରିଛି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି .୩୦ରୁ ଉର୍ଦ୍ଧ କର୍ମୀ ମାନେ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ସାମିଲ ହେବା ସହିତ ଯୁବ କର୍ମୀ ବାପି ଜଗଦେବ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହିତ ଦଳର ସଂଗଠନକୁ ଅଧିକ ସୁଦୃଢ କରି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ .
No Result
View All Result