No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଫେବ୍ରୁଆରୀ ମଙ୍ଗଳବାର ) ବୈପାରିଗୁଡା :- ନିଜର ଗ୍ରାମରେ ବୁଥ ଥିବାରୁ ଆଖ ପାଖ ଗ୍ରାମର ଭୋଟର ମାନେ ଆମ ଗାଁ ଆସି ଭୋଟ ଦେଉଥିବା ବେଳେ ଏବେ ବୁଥ ସ୍ତାନାନ୍ତର ହୋଇ ଯିବା ଫଳରେ ଏତେ ଦୂର କୁ ଯାଇ ଭୋଟ ଦେବା ଆଉ ସମ୍ଭବପର ହେବନାହିଁ ତେଣୁ ଯେଉଁ ସ୍ଥାନରେ ବୁଥ ଥିଲା ସେହି ସ୍ଥାନରେ ରଖାଯାଉ ବୋଲି ଦାବି କରି ଭାଟିଗୁଡା, ଲକ୍ଷ୍ମଣପୁର, କର୍ଲିଆଗୁଡା, କୋଷାପାକନା ଓ ଅଣ୍ଡରୀ ଗ୍ରାମର ଗ୍ରାମବାସୀ ମାନେ ବରିଷ୍ଟ ବିଜେଡି କର୍ମୀ ଆର. ଶ୍ରୀ ନିବାସ ରାଓ ଙ୍କ ନେତୃତ୍ୱରେ ବୈପାରିଗୁଡା ପଚାଂୟତ ସମିତି କାର୍ଯ୍ୟଳୟରେ ପହଚଂ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି .
ପାପ୍ତା ସୂଚନା ଅନୁସାରେ ବୈପାରିଗୁଡା ବ୍ଲକ ମାଝୀଗୁଡା ପଚାଂୟତର ନାଗିଆଗୁଡା ବିଦ୍ୟାଳୟରେ ଥିବା ବୁଥରେ ଭାଟିଗୁଡା, ଲକ୍ଷ୍ମଣପୁର, କର୍ଲିଆଗୁଡା, କୋଷାପାକନା ଓ ଅଣ୍ଡରୀ ଗ୍ରାମର ଜନସାଧାରଣ ମାନେ ଯାଇ ଭୋଟ ହେଉଥିବା ବେଳେ ଏବେ ନାଗିଆଗୁଡା ଗ୍ରାମ ବୁଥ ନଂ ୨୩୯ କୁ ପ୍ରଶାସନ ତରଫରୁ ଚେଚଂ କରାଯାଇ ଭାଟିଗୁଡା ଗ୍ରାମରେ ବୁଥ କରାଯାଇ ଥିବା ଜାଣି ଏହାର ସମାଧାନର ବାଟ କାଢିବା ସହିତ ପ୍ରଶାସନ ତରଫରୁ ଉଚିତ ପଦକ୍ଷେପ ନେବାକୁ ନିବେଦନ ଏବଂ ଏହି ଘଟଣାକୁ ତ୍ରିବୀ ବିରୋଧ ମଧ୍ୟ କରିଛନ୍ତ ଅଚଂଳବାସୀ .
ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ଯେ ନାଗିଆଗୁଡା ଗ୍ରାମରେ ବୁଥ ରହିଲେ ଦୂରଦୂରାନ୍ତର ଲୋକେ ସୁବିଧାରେ ଆସି ଭୋଟ ଦେଇପାରିବେ ଏବଂ ଭାଟିଗୁଡା ଗ୍ରାମରେ ରହିଲେ ଲୋକେ ସେଠାକୁ ଯାଇ ଭୋଟ ଦେବା ସମ୍ଭବପର ହେବନାହିଁ .କାରଣ ଭାଟିଗୁଡା ଠାରୁ ଏହି ୬ ଖଣ୍ଡ ଗ୍ରାମର ଦୂରତା ୧୨ କିମି ଠାରୁୂ ଅଧିକ ହେବ ତେଣୁ ଏହାର ପୁର୍ନରବାର ଆଲୋଚନା କରି ନାଗିଆଗୁଡା ଗ୍ରାମରେ ହିଁ ବୁଥ ରଖାଯାଉ ବୋଲି କହିଛନ୍ତି ଏହି ୬ ଖଣ୍ଡ ଗ୍ରାମର ଗ୍ରାମବାସୀ .
No Result
View All Result