No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଫେବ୍ରୁଆରୀ ମଙ୍ଗଳବାର ) ପଦ୍ମପୁର :- ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖ ପଦ୍ମପୁର ନିର୍ବାଚନ ମଣ୍ଡଳ ପାଇକମାଲ ଓ ଝାରବନ୍ଧ ବ୍ଲକ ରେ ମତଦାନ ଅନୁଷ୍ଠିତ । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଝାରବନ୍ଧ ମଣ୍ଡଳ ସ୍ତରୀୟ ବାଇକ୍ ଶୋଭାଯାତ୍ରା କରାଯାଇଥିଲା । ଏହି ଜନସମ୍ପର୍କ ଯାତ୍ରାରେ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ଡୁଙ୍ଗୁରିଚଢା ଗ୍ରାମ ର ବିଜୁ ଯୁବ ବାହିନୀ ସଂପାଦକ ଲିଙ୍ଗରାଜ ପଟେଲ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ।

ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ ତଥା ସ୍ବାଗତ କରିଥିଲେ । ବିଜୁବାହିନୀ ସଂପାଦକ ଶ୍ରୀ ପଟେଲ ବିଜେପି ରେ ଯୋଗଦାନ ଦେବା ଫଳରେ ବିଜେପି ର ଶକ୍ତି ଆହୁରି ବୃଦ୍ଧି ହେବ ବୋଲି ଚର୍ଚ୍ଚା ହେଉଛି । ଏହି ଜନସମ୍ପର୍କ ଯାତ୍ରା ରେ ନେତା ଓ କର୍ମୀ ଝାରବନ୍ଧ ମଣ୍ଡଳ ର ସନଦାଦର,ଡୁଙ୍ଗୁରିଚଢା, ବୈତାଳି,ତୁମୁଡ଼ିପାଣି,ଶକ୍ତି, ଝାରବନ୍ଧ,ସରଗୁଳ,ବିଜାଢୋଲ,କନ୍ଦା ଡଙ୍ଗର,ଅନୁଗୁଳ,ଡଭା,ଛୋଟ ଅନକି,ପଣ୍ଡାମୁଣ୍ଡା,ବଡଅନକି,ଘୁଚାପାଲି ଆଦି ଅଞ୍ଚଳକୁ ଯାଇ ଥିଲେ ।

ଝାରବନ୍ଧ ଜୋନ୍ ନଂ ୧ ଜିଲ୍ଲା ପରିଷଦ ପ୍ରାର୍ଥୀ ଗରିବ ଭୋଇ ଓ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଙ୍କ ପାଇଁ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପ୍ରଚାର କରିଛନ୍ତି । ଏହି ଜନସମ୍ପର୍କ ଯାତ୍ରା ରେ ସଭା ପରିଚାଳନା କରିଥିଲେ ସାଇଦର ପାଣ୍ଡେ ପରିଚାଳନା କରି ଥିବାବେଳେ ବରିଷ୍ଠ ବିଜେପି ନେତା ଦୂର୍ଗା ପ୍ରସାଦ ଅଗ୍ରୱାଲ,ସାମନ୍ତ ଶେଖର ମୁନା,ବିନୋଦ ବାଗ,ଦୁତିଆ ଭୋଇ, ମହେନ୍ଦ୍ର ବାରିକ,ସୁବୋଧ ସାହୁ,ଗମ୍ଭୀରା ବାଗଙ୍କ ସମେତ ବିଜେପି କର୍ମୀ ମାନେ ସାମିଲ ହୋଇଥିଲେ ।


No Result
View All Result