• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆମ୍ବ ଖିଆ ଜଗନ୍ନାଥ …

Proprietor Abhimanyu Maharana by Proprietor Abhimanyu Maharana
May 8, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
ଆମ୍ବ ଖିଆ ଜଗନ୍ନାଥ …
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ / ମନୋଜ ପ୍ରଧାନ ( ଓଡିଶା ତାଜା ନ୍ୟୁଜ୍‌ ) ଆମ୍ବ ଖିଆ ଜଗନ୍ନାଥ …,8 ମଇ :- ଭକ୍ତ ଦାସିଆ ର ଭକ୍ତି, ଗୋସେଇଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ଭାବିଲେ ମୁଁ ବ୍ରାହ୍ମଣ ପିଲା ମୋ ନଡ଼ିଆ କୋଉ ଦିନ ଜଗନ୍ନାଥ ମହାପ୍ରଭୁ ନେଇ ନାହାନ୍ତି, ହେଲେ ବାଉରୀ ପିଲା ଦାସିଆ ର ନଡ଼ିଆ ହାତ ବଢ଼େଇ ପ୍ରଭୁ ନେଇଗଲେ l ଧନ୍ୟ ଧନ୍ୟ ରେ ଦାସିଆ ବାଉରୀ, ଧନ୍ୟ ତୋର ଭକ୍ତି l ନା ଧନ ଥିଲା, ନା ଗର୍ବ ଥିଲା, ନା ଜ୍ଞାନ ଥିଲା କେବଳ ଭକ୍ତି ରେ ବଶ କରିଦେଲା ଭଗବାନ ଙ୍କୁ ତାର ନିସ୍ଵାର୍ଥ ପ୍ରେମ ରେ ବାନ୍ଧିଦେଲା ଜଗନ୍ନାଥ ଙ୍କୁ l ଏଥିରୁ ଆମେ ଶିଖିଲେ କଣ l ଭଗବାନ ଭକ୍ତ ର ପରୀକ୍ଷା ନିଅନ୍ତି l

କିନ୍ତୁ ଏ କ୍ଷେତ୍ର ରେ ନୂଆ ଘଟଣା ଘଟିଲା l ଭକ୍ତ ପରୀକ୍ଷା ନେଲା ଭଗବାନ ଙ୍କର l ଭଗବାନ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ସତ୍ୟ ରେ ପରିଣତ କରି ବାଲିଗ୍ରାମ ଦାସର ବିଶ୍ୱାସ କୁ ଆହୁରି ଦୃଢ଼ୀଭୁତ କରିଦେଲେ l ଏଥର ଦାସିଆ ମନରୁ ହୀନ ମାନ୍ୟତା ଓ ସଂକୋଚ ବୋଧ ଟିକେ ଦୂର ହେଲା l ଯେଉଁ ଭଗବାନ ତାଙ୍କୁ ଆପଣାର କରିବାକୁ ପ୍ରସ୍ତୁତ, ଆଉ ଛୋଟ ବଡ଼ର ପ୍ରଭେଦ କଣ ? ଥରେ ଦାସିଆ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ପୁରୀ ଯିବାକୁ ମନସ୍ତ କଲେ l ଠାକୁର ଙ୍କ ପାଇଁ କଣ ନେବେ ? ଦେଖିଲା ଜଣେ ଆମ୍ବ ବିକିବାକୁ ଆସିଛି l ଆମ୍ବ ଦେଖିବାକୁ ବହୁତ ସୁନ୍ଦର, ବଡ଼ ବଡ଼ ମନମୋହକ ହେଇଛି l ସେଥିରୁ କେତେ ଗଣ୍ଡା ନିଖୁଣ ଆମ୍ବ ବାଛି ଦାସିଆ କିଣିଲା l ନିଜେ ସ୍ନାନ ସାରି ଏବଂ ଶିକା ଭାରରେ ଆମ୍ବ କୁ ରଖି ବାହାରିଲେ ପ୍ରଭୁଙ୍କ ଦର୍ଶନ ପାଇଁ l

ବେଢା ଭିତରେ ପଂହଁଚୁ ପଂହଁଚୁ ଆମ୍ବ ଦେଖି ଘେରିଗଲେ ଦାସିଆ କୁ l ଏ କହିଲା ମୁଁ ନେବି, ସେ କହିଲା ବାଲିଗ୍ରାମ ଯଜମାନ ମୋର, ତେଣୁ ମୁଁ ତାର ଭୋଗ କରି ଆଣିବି ସେମାନଙ୍କ ମନରେ ଲାଳସା ମଧ୍ୟ୍ୟ ଆସିଗଲା ଯେ ଭୋଗ ଲଗାଇଲେ ସେଥିରୁ କିଛି ମଧ୍ୟ ଆମକୁ ମିଳିଯିବ l ସେମାନଙ୍କ ର ଏହି ପରି କନ୍ଦଳ ଦେଖି ଦାସିଆ କୁ ହସ ଲାଗିଲା l ସେ ଟିକେ ହସିଦେଇ କହିଲେ, ଗୋସେଇଁ ମାନେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ l ଏ ସବୁ ପୂଜା ହେବା ପାଇଁ ଆସି ନାହିଁ l ଗୋସେଇଁ ମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, ଆରେ ଠାକୁର ଙ୍କ ପାଖକୁ ଆଣିଛୁ କଣ ପାଇଁ ? ଏଠୁ ତୁ କଣ ଅମଣିଆ ଫେରେଇ ନେବୁ ? ଦାସିଆ କହିଲେ ନାଇଁ ଗୋସେଇଁ ମୁଁ ତ ଠାକୁରଙ୍କୁ ଦେବି l କିନ୍ତୁ ମୋର ଇଛା ଯେ ଠାକୁର ନିଜେ ନେଇ ଗ୍ରହଣ କରନ୍ତୁ l ତା କଥା କୁ ହସରେ ଉଡେଇ ଦେଇ ସମସ୍ତେ ଚାଲିଗଲେ l

ଭକ୍ତ ଦାସିଆ ଆମ୍ଭ ଭାର ନେଇ କେତେ ପାହୁଣ୍ଡ ପଛକୁ ଘୁଞ୍ଚି ଗଲା l ଚାହିଁଲା ଶ୍ରୀମନ୍ଦିର ନୀଳଚକ୍ର କୁ l ପତିତପାବନ ବାନା ଫର ଫର ହୋଇ ଉଡୁଥାଏ l ସତେ ଯେମିତି ଦାସିଆ କୁ କୋଳାଗ୍ରତ କରିବାକୁ ଡାକୁଛି l ସେହିପରି ଦାସିଆ ପ୍ରଭୁଙ୍କୁ ସ୍ମରଣ କରି ସାଷ୍ଟାଙ୍ଗ ପ୍ରଣାମ କଲା ନୀଳାଚଳ ବିହାରୀ ଜଗନ୍ନାଥ ଙ୍କୁ l ସାଙ୍ଗେ ସାଙ୍ଗେ ପ୍ରଭୁ ତାକୁ ଦର୍ଶନ ଦେଲେ ନୀଳଚକ୍ର ରେ l ପ୍ରଭୁ ଙ୍କୁ ଦର୍ଶନ କରି ସେ ତାର ନେତ୍ର ଲୋତକ ପୂର୍ଣ୍ଣ ହୋଇ ଗଲା l ସେ ଗଦଗଦ କଣ୍ଠ ରେ କହିଲା — ପ୍ରଭୁ ଏ ସବୁ ମୁଁ ଆପଣଙ୍କ ପାଇଁ ଆଣିଛି, ତେଣୁ ଆପଣ ଏକୁ ନିଜ ଇଚ୍ଛାରେ ମଣୋହି କରନ୍ତୁ l ଏତିକି କହି ସେ ଦୁଇଟି ଲେଖାଏଁ ଆମ୍ବ ଉଠେଇ ପ୍ରଭୁଙ୍କୁ ଦେଖାଇଲା l ପ୍ରଭୁଙ୍କ ଇଚ୍ଛାରେ ଆମ୍ବ ସବୁ ଯୋଡି ଯୋଡ଼ି ହୋଇ ଶୂନ୍ୟ ମାର୍ଗରେ ଚାଲିଗଲା ନୀଳଚକ୍ର ରେ ବିରାଜିତ ନୀଳାଦ୍ରୀବିହାରୀ ଙ୍କ ହାତ କୁ l ପଣ୍ଡା ମାନେ ଓ ଦେଖଣା ହାରି ଚାହିଁ ଥାନ୍ତି l ଧୀରେ ଧୀରେ ଆମ୍ବ ଝୁଡି ଦୁଇଟି ଖାଲି ହୋଇଗଲା l

ସମସ୍ତେ ଆଶ୍ଚର୍ଯ୍ୟ ? ସମସ୍ତଙ୍କ ବିସ୍ମୟ ଦେଖି ଦାସିଆ କହିଲେ —- ଆପଣ ମାନେ ଦେଖି ପାରିଲେନି କି, ପ୍ରଭୁ ପରା ସବୁ ଆମ୍ବ ଖାଇଲେ l ସମସ୍ତେ ଦୌଡ଼ି ଗଲେ ମନ୍ଦିର ଭିତରକୁ l ଦେଖିଲେ ଯେ ରତ୍ନସିଂହାସନ ପାଖରେ ଆମ୍ବ ଚୋପା ଓ ଟାକୁଆ ମାନ ଚାରିଆଡେ ବିଛାଇ ହୋଇ ପଡିଛି l ସମସ୍ତେ ଦାସିଆ ର ଭକ୍ତି ଭାବକୁ ଭୁରି ଭୁରି ପ୍ରଶଂସା କଲେ l ଠାକୁର ଙ୍କ ଛଡା ମାଳ ଆଣି ଦାସିଆ କୁ ପିନ୍ଧାଇ ଦେଲେ କଲ୍ୟାଣ କରିବା ସହିତ କହିଲେ ଧନ୍ୟ ତୁମେ ଭକ୍ତ ବାଲିଗ୍ରାମ ଦାସ l ସେବକ ମାନେ କହିଲେ ଦାସିଆ ସବୁଦିନ ତାଙ୍କ ସେବା କରି ଆମେ ଦିନେ ତାଙ୍କୁ ଖୁଆଇ ପାରିଲୁନି, କିନ୍ତୁ ତୁମେ ଆଜି ପ୍ରତକ୍ଷ ରେ ତାଙ୍କୁ ଖୁଆଇ ପାରିଲ l ବ୍ରାହ୍ମଣ ମାନଙ୍କ ପ୍ରଶଂସା ଶୁଣି ଦାସିଆ ଙ୍କୁ ଭାରି ସଂକୋଚ ଲାଗିଲା l ସେ ସାଙ୍ଗେ ସାଙ୍ଗେ ପାଦ ତଳେ ପଡି ଯାଇ କହିଲେ —- ନାଇଁ ଗୋସେଇଁ ଏହା ତ ପ୍ରଭୁଙ୍କର ଆଉ ଆପଣ ମାନଙ୍କର କୃପା ର ଫଳ l

ପ୍ରଭୁଙ୍କର ନିତ୍ୟ ସେବକ ମାନେ ହୀନ ଜାତି ଦାସିଆ ବାଉରୀ ଠାରୁ ଏହି ଶିକ୍ଷା କଲେ ଯେ ପ୍ରଭୁଙ୍କୁ ଯେ କେବଳ କ୍ରିୟା ଦ୍ୱାରା ନୁହେଁ, ହୃଦୟର ଭାବ ଦ୍ୱାରା ଭଗବାନ ଙ୍କୁ ବଶ କରାଯାଏ l ସେଇଠି ଦାସିଆ ଜଗନ୍ନାଥ ଙ୍କୁ ପ୍ରଣାମ କରି, ସେ ମନେ ମନେ ଭାବିଲା, ପ୍ରଭୁଙ୍କର ଦଶ ଅବତାର ରୂପ ଯଦି ଥରେ ଦର୍ଶନ କରନ୍ତି, ମୋ ଜନ୍ମ ଓ ଜୀବନ ଧନ୍ୟ ହୋଇଯାଆନ୍ତା l ଏହି ପରି ଭାବରେ ପ୍ରଭୁଙ୍କୁ ଧ୍ୟାନ କରୁ କରୁ ସାଙ୍ଗେ ସାଙ୍ଗେ ପ୍ରଭୁ ଦଶ ଅବତାର ରୂପ ଦର୍ଶନ କରାଇଲେ l ପ୍ରଭୁଙ୍କ ଦର୍ଶନ ପାଇ ପୁନଃ ପୁନଃ ପ୍ରଣାମ କଲା l ଘରକୁ ଫେରିଲେ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ପ୍ରଭୁ ଙ୍କୁ ସୁମରଣା କରି କରି ଉଭୟ ଭଗବାନ ଙ୍କ ଦିବ୍ୟ ଧାମକୁ ଚାଲିଗଲେ l ଜୟ ଜଗନ୍ନାଥ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version