ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ପ୍ରଶାସନିକ ଦାୟିତ୍ୱରେ ନୂଆ ବ୍ୟବସ୍ଥା । ଉପଜିଲ୍ଲାପାଳ ପ୍ରଣିତା ଦାଶଙ୍କୁ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଜାରି ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ଚିଠି ନମ୍ବର ୨୯୪୦୩ ଅନୁଯାୟୀ, ପ୍ରଣିତା ଦାଶ ନିଜର ନିୟମିତ ଦାୟିତ୍ୱ ସହିତ ବାଲିଗୁଡ଼ା ଏନ୍ଏସିର ଅତିରିକ୍ତ ପ୍ରଶାସନିକ ଦାୟିତ୍ୱ ତୁଲାଇବେ ।
















