No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ଫେବ୍ରୁଆରୀ ଶନିବାର ) ନୂଆଗାଁ:- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟ ରୁ ୧୪ ଜଣ ଛାତ୍ର ଛାତ୍ରୀ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଛନ୍ତି । ସୂଚନା ଅନୁଯାୟୀ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଦୀପାଞ୍ଜଳୀ ଦଳବେହେରା ନୂଆଗାଁ ବ୍ଲକ୍ ରେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାହାଡ ଝୋଲା ଏସ ଏସ୍ ଭି ଏମ୍ ବିଦ୍ୟାଳୟ ର ଛାତ୍ର ରାଜେଶ ସାହୁ,ମୃତ୍ୟୁଞ୍ଜୟ ପ୍ରଧାନ ,ବନ୍ଧାଭୁଇଁ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଶୁଭମ୍ ସାହୁ ଏବଂ ଛାତ୍ରୀ ଅନିତା ସାହୁ, ମାଳି ସର

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ବିଶ୍ୱଜିତ୍ ସାହୁ ଏବଂ ଛାତ୍ରୀ ବିଶ୍ଵମୟୀ ପରିଡ଼ା, ନନ୍ଦିଘୋଷ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରଶ୍ମିତା ସାହୁ, ଶୀମିଳି ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମାନସ ସାହୁ, କୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ସଞ୍ଜନା ବାରିକି, କାଚ ପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ସୋନମ୍ ପ୍ରଧାନ, ଗାତେରୀ ସରକାରୀ ହଜାରୀ ଅପ୍ ଗ୍ରେଟେଡ୍ ବିଦ୍ୟାଳୟ ର ଛାତ୍ର ଆକାଶ ରାଉତ, ବାହାଡ ଝୋଲା ବିଦ୍ୟାଳୟ ର ଛାତ୍ରୀ ଇତିଶ୍ରୀ ସାହୁ, ମହିପୁର ଏସ ଏସ୍ ଭି ଏମ୍ ବିଦ୍ୟାଳୟ ର ଛାତ୍ର ପ୍ରୟାସ ବିଶ୍ଵାଳ,ଏହିପରି ଭାବେ ୧୪ ଜଣ ଛାତ୍ର ଛାତ୍ରୀ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଛନ୍ତି ।କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

No Result
View All Result