No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ଫେବ୍ରୁଆରୀ ଶନିବାର ) ଖୋର୍ଦ୍ଧା ଜଟଣୀ :- ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମସ୍ଥ ଅଙ୍ଗନୱାଡି କେନ୍ଦ୍ର ୧ ର ସହାୟିକା ଜିନତୁନ ବେୱା ଅବସର ଗ୍ରହଣ କରିଛନ୍ତି।ଆଜି ତା’ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଜଟଣୀ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ବନ୍ଦନା ଦେବୀ,
ପରିଦର୍ଶିକା ମଧୁମିତା ପରିଜା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ତ୍ରିନାଥ ସାମନ୍ତରାୟ,ନୋଟାରୀ ପବ୍ଲିକ ଅବନୀ ରାଉତରାୟ ପ୍ରମୁଖ ଯୋଗଦେଇ ପୁଷ୍ପଗୁଚ୍ଛ, ଉପ ଢଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଦିର୍ଘ ୨୨ ବର୍ଷରୁ ଉର୍ଦ୍ଧ କର୍ମମୟ ଜୀବନର ଗୁଣଗାନ କରିବା ଏବଂ ଅବସର କାଳୀନ ଜୀବନ ସୁସ୍ଥ ଶାନ୍ତିମୟ ହେଉ ଏହାହିଁ କାମନା କରିଥିଲେ।
ବେଣାପଞ୍ଜରୀ ଅଙ୍ଗନୱାଡି କେନ୍ଦ୍ର୧ର ସେବାଞ୍ଚଳ ବାସୀଙ୍କ ସୌଜନ୍ୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଇଫତେଖାର ଅଲ୍ଲୀ ସଭାପତିତ୍ୱ କରିଥିବା ବେଳେ ଅଙ୍ଗନୱାଡି କର୍ମୀ ଶହେନାଜ ପରବିନ, କମଳିନୀ ଦେଇ ଓ ଖୁର୍ସିଦା ଖାତୁନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
No Result
View All Result