No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୧ଫେବ୍ରୁଆରୀ ) ଭୁବନେଶ୍ୱର :- କଳାହାଣ୍ଡି ଜିଲ୍ଲାର ତତ୍କାଳୀନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୯୯୫ ଏବଂ ୨୦୦୦ ମସିହାରେ ଦୁଇଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ରୋଶନୀ ସିଂହଦେଓଙ୍କ ବିୟୋଗରେ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରକାଶ କରିବା ସହ ଆଜି ପୂର୍ବାହ୍ନରେ ସ୍ୱର୍ଗତା ସିଂହଦେଓଙ୍କ ମରଶରୀରକୁ ବିଧାନସଭା ପରିସରକୁ ଅଣାଯିବା ପରେ ସେଠାରେ ବାଚସ୍ପତି ଡ. ପାତ୍ର ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

୧୯୪୦ ମସିହାରେ ଜନ୍ମିତ ସ୍ୱର୍ଗତା ସିଂହଦେଓଙ୍କ ସ୍ୱାମୀ ଚନ୍ଦ୍ରଭାନୁ ସିଂହଦେଓ ଏକ ରାଜନୈତିକ କନ୍ଦଳରେ ମୃତୁ୍ୟବରଣ କରିବା ପରେ ପ୍ରଥମେ ଜନତାଦଳ ଏବଂ ପରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ପୁତ୍ର ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କୋକସରା ବିଧାନସଭା କ୍ଷେତ୍ର ପୁନର୍ଗଠନ ପରେ ଧର୍ମଗଡ଼ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।
No Result
View All Result