No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ହାସ୍ୟ ଅଭିନେତା ଦେବୀଦତ ବାରିଙ୍କ ମା’ ଶକୁନ୍ତଳା ବାରିକ୍ଙ୍କ ବିୟୋଗର ଚତୁଦ୍ଦଶୀ ତିଥିରେ ଆଜି ବୃକ୍ଷ ଚାରା ରୋପଣ କରାଯାଇଛି । ସାମନ୍ତ୍ରରାପୁର ମହାବୀର ନଗରଠାରେ ହାଇକୋର୍ଟ ଆଇନଜୀବୀ ସରୋଜ ସାହୁ, ଭୁବନେଶ୍ୱର ଓକିଲ ସଂଘର ଉପସଭାପତି ଶ୍ରୀ ଦେବୀଦତ ବାରିକ୍ ଓ ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାହୁ ମାତୃ ସ୍ମୃତିରେ ଡାଲଚିନି ଓ ତେଜପତ୍ର ଆଦି ବୃକ୍ଷ ଚାରା ରୋପଣ କରିଛନ୍ତ ।
ସାହାଯ୍ୟ ଗୃପର ସଭାପତି ଲିଙ୍ଗରାଜ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଏହିପରି ଅବସରରେ ବୃକ୍ଷ ରୋପଣ କଲେ ମାତୃ ସ୍ମୃତିରେ ଗଛ ଗୁଡ଼ିକୁ ବଂଚାଯାଇ ପାରିବ । ଅଧିକ ବୃକ୍ଷ ରୋପଣ କଲେ ଜଳସ୍ଥର ବୃଦ୍ଧି ପାଇବ । ଏହା ଦ୍ୱାରା ଆଗାମୀ ଦିନରେ ପାଣିର ସମସ୍ୟା ଦେଖା ଦେବ ନାହିଁ ।
ଏଥିି ପାଇଁ ସମସ୍ତଙ୍କୁ ଏହିି ପରି କାର୍ଯ୍ୟକୁ ପିତୃ ଓ ମାତୃ ସ୍ମୃତିରେ କରିବା ଉଚିତ୍ । ରାଜଧାନୀରେ ଜଳସ୍ଥର କମୁଥିବାରୁ ଏହାର ସଂରକ୍ଷଣ ସବୁ ନାଗରିକଙ୍କୁ କରିବାକୁ ପଡ଼ିବ ବୋଲି କହିଛନ୍ତି । ମାତୃ ପିତୃ ପୁରୁଷଙ୍କୁ ସ୍ମରଣ କରି ବୃକ୍ଷ ରୋପଣଙ୍କୁ ସ୍ଥାନୀୟ ଅଂଚଳରେ ଲୋକ ପ୍ରଂଶସା କରିଥିଲେ । ଏହି ଅବସରରେ ସଂଙ୍କିର୍ତନ କରାଯାଇଥିଲା ।
No Result
View All Result