No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର )ବରଗଡ :- ବରଗଡ ଲବ୍ଧ ପ୍ରତିଷ୍ଠ ଅଧ୍ୟାପକ ପ୍ରଫେସର ଲିଙ୍ଗରାଜ ନାୟକ ଙ୍କୁ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।ପାଠାଗାର ର ସଭାପତି ବିମ୍ବାଧର କୁଅଁର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ସଦସ୍ୟ ମାନେ ପ୍ରଥମେ ସ୍ବର୍ଗତ ନାୟକ ଙ୍କୁ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସଭାରେ ଉପସ୍ଥିତ ସମସ୍ତେ ସ୍ବର୍ଗତ ନାୟକ ଙ୍କୁ ଜଣେ ପ୍ରବୀଣ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ବର୍ଣ୍ଣନା କରିବା ସହ ତାଙ୍କର ଅମାୟିକ ବ୍ୟବହାର ଛୋଟ ରୁ ବଡ଼ ସମସ୍ତଙ୍କୁ ତାଙ୍କ ପ୍ରତି ଆକର୍ଷିତ କରୁଥିଲା। ଜଣେ ଶିକ୍ଷକ ଭାବରେ ସବୁଠାରେ ତାଙ୍କ ର ମୌଳିକ ପଠନ ଶୈଳୀ ତାଙ୍କୁ ସମସ୍ତଙ୍କ ପାଖରେ ଆଦୃତ କରି ପାରିଥିଲା। ତାଙ୍କ ଆବର୍ତ୍ତମାନ ରେ ବରଗଡ ଜଣେ ବିଶିଷ୍ଟ ମୂରବୀ ଙ୍କୁ ହରାଇଲା ବୋଲି ସମସ୍ତେ ଏକ ସ୍ଵରରେ ପ୍ରକାଶ କରିଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଦୀପ କୁମାର ହୋତା, ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, କୋଷାଧ୍ୟକ୍ଷ ଅନୁପ ଦର୍ଜୀ, ଯୁଗ୍ମ ସମ୍ପାଦକ ହୃଷୀକେଶ ଦାଶ,ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ,ଜୟ ପ୍ରକାଶ ଶତପଥୀ,ଗୋରୀ ଶଙ୍କର ପଣ୍ଡା,ରବି ପଣ୍ଡା, ସୁନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

No Result
View All Result