No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଯେ ପରି ଭାବେ ବୃଦ୍ଧି ପାଇବ ନାହିଁ ସେ ଦୁଷ୍ଟି କୁ ନଜର ରଖି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡମେମ୍ବର, ସରପଚଂ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ପ୍ରଚାର ପାଇଁ ବିଭିନ୍ନ ପ୍ରକାର ଗାଇଡଲାଇନ କାର୍ଯ୍ୟକରୀ କରିଛନ୍ତି .ମୁଖ୍ୟତ ଡିଜିଟାଲ ପ୍ରଚାର କୁ ଗୁରୁତ ମଧ୍ୟ ଦିଆଯାଇଛି .ରାଜ୍ୟ ନିର୍ବାଚନ କମିଶନର ଡିଜିଟାଲ ମାଧ୍ୟମ ରେ ପ୍ରଚାର କରିବା ପାଇଁ କହିଥିବା ବେଳେ ବୈପାରିଗୁଡା ବ୍ଳକର ଅଧିକାଂଶ ଅଚଂଳରେ ମୋବାଇଲ ଟାୱାର ନ ଥିବା ବେଳେ କେତେ କ ଗ୍ରାମକୁ ବାଇକ କିମ୍ବା ଚାରି ଚକିଆ ଯାନବାହାନ ମଧ୍ୟ ୟାତାୟତ କରିବା କଷ୍ଟକର ବିଷୟ .
ତାହା ସହ କିଛି ଦୁର୍ଗମ ଅଚଂଳ କୁ ଭଲ ପକ୍କା ରାସ୍ତା ନଥିବା ବେଳେ କେମିତି ଭାବେ ଡିଜିଟାଲ ପ୍ରଚାର ସମ୍ଭବ ହେବ ତାହାକୁ ନେଇ ବିଭିନ୍ନ ଦଳର ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚିନ୍ତା ବଢିିଥିବା ସମୟରେ ଏକ ବିଚିତ୍ର ଚିତ୍ର ସାମ୍ନା କୁ ଆସିଛି . ପଚଂୟାତ ଠାରୁ ଅନ୍ୟ ଗ୍ରାମକୁ ଯିବା ପାଇଁ ରାସ୍ତା ନ ଥିବା ରୁ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନେ ଏକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଅନ୍ୟ ଗ୍ରାମକୁ ଯାଇ ନିଜ ଦଳର ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟ କରିବା ନେଇ ବୈଠକ କରିଥିବାର ଦେଖାଯାଇଛି . ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମ୍ା ଗ୍ରାମରେ .
ବୈପାରିଗୁଡା ଜିଲ୍ଲାପରିଷଦ ଜୋନ୍-୨ର ବିଜେପି ପ୍ରାର୍ଥାନୀ ସନାଇ ନାୟକ ତେନ୍ତୁଳିଗୁମ୍ମା ପଚଂୟାତକୁ ବିଜେପି କର୍ମୀ ମାନେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ତେନ୍ତୁଳିଗୁମ୍ମା ପଚଂୟାତ ଠାରୁ ଅନ୍ୟ କୌଣସି ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ କର୍ମୀ ମାନେ ଶେଷରେ ବାଧ୍ୟ ହୋଇ ଦେଶୀ ଡଙ୍ଗା ରେ ସାବେରୀ ନଦୀ ପାର କରି ୪ ରୁ ୫ ଟି ଗ୍ରାମ କୁ ଯାଇ ଭୋଟ ଭିକ୍ଷା କରିଥିବାର ଜଣାପଡିଛି . ତେବେ ଜୋନ୍ ୨ କୁ ବିଜେପି ଦଳ ହାତେଇବା ପାଇଁ ସମସ୍ତ ବଳ ପ୍ରୟୋଗ କରିଥିବାର କୁହାଯାଉଛି.
No Result
View All Result