ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବୋଲଗଡ଼ :- ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନର ପ୍ରଚାର ପ୍ରସାର । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ଆସନ ପାଇଁ କଂଗ୍ରେସ ପ୍ରାର୍ଥିନୀ ଭାବେ ରିତା ପରିଡା ନିର୍ବାଚନ ଲଢ଼ୁଛନ୍ତି । ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜଣାଶୁଣା ଯୁବନେତା ଲୁନି ପରିଡା ଙ୍କ ପତ୍ନୀ ରିତା ପରିଡା କଂଗ୍ରେସ ରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି , ବିଜେପି କୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀନୀ ଙ୍କ ପଲ୍ଲା ଭାର ହୋଇଛି ।

ଯୁବ କଂଗ୍ରେସ ର ଜିଲ୍ଲା ସଭାପତି ଭାବେ ପରିଚିତ ଓ ଲୋକଙ୍କ ଦୁଃଖ ରେ ସୁଖରେ ସାଥି ହୋଇ ରହି ଆସୁଥିବା ଲୁନି ପରିଡା ଙ୍କ ପତ୍ନୀ ରିତା ପରିଡା ଙ୍କ ଲୋକ ସମର୍ଥନ ବହୁଳ ଥିବା ଜଣାପଡିଛି । ଦିନକୁ ଦିନ ନିର୍ବାଚନ ଯେତେ ଘନେଇ ଆସୁଛି କଂଗ୍ରେସ ଦଳ ର ପଲ୍ଲା ସେତେ ଭାରି ହୋଇଛି । ବୋଲଗଡ଼ ୨୫ ନମ୍ବର ଜୋନ ରେ କଂଗ୍ରେସ ଆଗୁଆ ଥିବା ବେଳେ ପଛରେ ପଡିଛି ବିଜେଡି , ବିଜେପି ।

ପଞ୍ଚାୟତ ଗୁଡି଼କର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପରିଷଦ ଆସନ ଅଳଙ୍କୃତ କରିବା ର ସଂକଳ୍ପ ନେଇଛନ୍ତି ରିତା ପରିଡା । ୬ଟି ପଞ୍ଚାୟତକୁ ନେଇ ବୋଲଗଡ଼ ଜୋନ ଗଠିତ । ତେବେ ନିର୍ବାଚନର ଦୌଡ଼ରେ କଂଗ୍ରେସ ଆଗୁଆ ଓ ବିଜେଡି ପଛରେ ଥିବା ବେଳେ ବିଜେପି ଧରାଶାୟୀ ହୋଇଥିବା ଦେଖା ଦେଇଛି । ଦେଖାଯାଉ କଂଗ୍ରେସ ଓ ବିଜେଡିର ଲଢେଇ ରେ ବିଜେପି କେଉଁ ଆଡେ ଯାଉଛି ।