No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଫେବ୍ରୁଆରୀ ଶନିବାର ) ବୈପାରିଗୁଡା :- ଏବେ ମଧ୍ୟ ଅଧିକାଂଶ ଗାଁ ଗହଳିରେ ପାନୀୟଜଳ ସମସ୍ୟା ଦେଖାଯାଉଥିବା ବେଳେ ସେ ଗୁଡିକର ସମାଧାନ କରିବାରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ବିଫଳ ହେଉଥିବାର ଦେଖା ଗଲାଣି ! ଦୀର୍ଘଦିନ ହେଲା ଗ୍ରାମର ନଳକୂପ ଅଚଳ ଥିବା ଯୋଗୁଁ କୋକଡିପାଣି ଗ୍ରାମବାସୀଙ୍କ ପାଇଁ ଏବେ ଚୁଆ ପାଣି ଭରସା ପାଲଟିଛି । ବୈପାରିଗୁଡା ବ୍ଳକ ଦଣ୍ଡାବାଡି ପଞ୍ଚାୟତର କୋକଡିପାଣି ଗ୍ରାମରେ ୨ ସାହି ରହୁଥିବା ବେଳେ ଗୋଟିଏ ସାହିରେ ୧୫ଟି ପରିବାର ବସବାସ କରନ୍ତି ।
ଏହି ଗ୍ରାମର ଲୋକଙ୍କ ପାନୀୟ ଜଳ ବ୍ୟବହାର ପାଇଁ ଗ୍ରାମର ଦୁଇ ସାହିରେ ଦୁଇଟି ନଳକୂଅ ସ୍ଥାପନ ହୋଇ ଥିଲା ମାତ୍ର ଦୀର୍ଘ ଦିନ ହେବ ଏହି ନଳକୂପ ଅଚଳ ହୋଇ ପଡିଥିବା ବେଳେ ଏପର୍ଯ୍ଯନ୍ତ ମରାମତି ନ ହୋଇ ପଡି ରହୁଛି ! ନଳକୂପରୁ ପାଣି ବାହାରୁ ନଥିବା ରୁ ଗ୍ରାମବାସୀ ମାନେ ଗାଁ ପାଖରେ ଥିବା ଏକ ଚୁଆଜଳ ଉପରେ ନିର୍ଭୟ କରିଥାନ୍ତି ! ଫଳରେ ଲୋକମାନେ ଗ୍ରାମ ଠାରୁ ପ୍ରାୟ କିଛି ଦୂର ଏକ ନାଳରୁ ଚୁଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ତେବେ ଏମାନଙ୍କ ସମସ୍ଯା ଜାଣି ପଣସପୁଟ ଗ୍ରାମର ସ୍ବୋର୍ଚ୍ଚାସେବୀ ବିଜୟ ଖରା ଆମ ପ୍ରତିନିଥି ବିକ୍ରାନ୍ତ କୁମାର ବେବର୍ତ୍ତାଙ୍କୁ ଘଟଣା ବିଷୟ କହିଥିଲେ ! ଦିନ ରୁ ସଂନ୍ଧ୍ଯା ଓ ସଂନ୍ଧ୍ଯା ରୁ ରାତି ପାହିଲେ ଗ୍ରାମର ଲୋକମାନେ ଏକାଠି ହୋଇ ଲମ୍ବା ଲାଇନରେ ଏହି ଚୁଆ ଜଳକୁ ସ୍ନାନ ଶୌଚ ପାଇଁ ଯିବା ସହ ପିଇବା ଓ ରୋଷେଇ ଲାଗି ପାନୀୟ ଜଳ ଆଣୁଥିବା ଦେଖିବାକୁ ମିଳିଛି ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ପ୍ରଶାସନ ଗ୍ରାମର ଅଚଳ ନଳକୂପ ମରାମତି କରାଯିବାକୁ କୋକଡିପାଣି ଗ୍ରାମବାସୀ ଦାବି କରିଛନ୍ତି ।
No Result
View All Result