ଟେଲି ଫିଲ୍ମ ମୁନୁଷ୍ ର ଜାଏତ୍ ..? ର ପ୍ରିମିୟମ ସୋ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ :- ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ ‘ମୁନୁଷ୍ ର ଜାଏତ୍‌ ? ର ପ୍ରିମିୟମ ସୋ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ, ପୋଲିସ ଅଧିକାରୀ ସଦାନନ୍ଦ ପୁଜାରୀ, ଡଃ ତପସ୍ଵିନୀ ଗୁରୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଫିଲ୍ମର କାହାଣୀର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବା ବେଳେ, ସମ୍ପାଦନାରେ ରାଜେଶ ଚୌଧୁରୀ, କ୍ୟାମେରା ମ୍ୟାନ ଭାବେ ସୁନାମଧନ୍ୟ ଫଟୋଗ୍ରାଫର ରାଜକୁମାର, ପ୍ରଚ୍ଛଦପଟ ସଂଗୀତରେ ଦିବ୍ୟଲୋଚନ ଦିପ୍, ଅନୁବାଦ କରିଛନ୍ତି ଉଦିତ୍ ସାହୁ, ଟାଇଟେଲ ସଙ୍ଗୀତ ଦେଇଛନ୍ତି ତୁଲାରାମ କଲେତ୍, ସଂଗୀତରେ ଅଜିତ ପାଣିଗ୍ରାହୀ, ଟୁକୁଲୁ ଦାଶ, ମୁଗ୍ଧା ଦାଶ ।

ବର୍ତ୍ତମାନ ସ୍ଥିତିରେ କଳୁଷିତ ସମାଜର କୁସଂସ୍କାର, ଜାତିପ୍ରଥାକୁ ଦୂରେଇବା ସହ ପ୍ରେମ ବିବାହର ମାନସିକ ଯନ୍ତ୍ରଣାକୁ ଦୂରେଇବା ଲକ୍ଷ୍ୟକୁ ଭିତ୍ତି କରି ଏହି କାହାଣୀରେ ଅନେକ କିଛି ତଥ୍ୟ ମର୍ମସ୍ପର୍ଶୀ ହୋଇଛି । ମୁନୁଷ୍ ର ଜାଏତ୍ ..? ଟେଲିଫିଲ୍ମରେ ବିଭିନ୍ନ ଭୂମିକା ଅଭିନୟ କରିଛନ୍ତି ନାୟକ ଭୂମିକାରେ ବଲାଙ୍ଗୀର ର ଆଶୁତୋଷ ମିଶ୍ର, ଅଭିନେତ୍ରୀ ଭାବେ ଝାରସୁଗୁଡ଼ା ର ସୋନାଲି ନାୟକ, ପ୍ରେମ ସାଗର ଫୈାଜଦାର, ବିଶ୍ୱନାଥ ସେଠ, ବିନ୍ଦୁ ମଲ୍ଲିକ, ଲଲିତ ପୁଜାରୀ, ମନୋରଞ୍ଜନ ନାୟକ, ମନୋରଞ୍ଜନ ସୁନା, ଲିଙ୍କନ ରଥ, ସୁରଜ ସେଠ, ମମତା ଦିପ, କନକ ଡନସନା, କପିଲଦେବ ଛୁରା, ଆଦ୍ରା ବାଗ, ରେଖା କୁମ୍ଭାର, ଗିରିଜା ଶଙ୍କର ବାରିକ, ସୁବାସ ଜାଲ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।