No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ପୋଲିସ କୁ ବଡ ଧରଣର ସଫଳତା ମିଳିଛି, ସେରଙ୍ଗ ପୋଲିସ ଦ୍ବାରା ୨୪ ଗୋଟି ଚୋରା ମଟର ସାଇକେଲ ଜବତ ୭ ଅଭିଯୁକ୍ତ ଗିରଫ , କରି ସାମ୍ବାଦିକ ସମ୍ମିଳନୀରେ ଘଟଣାର ସୁଚନା ଦେଇଥିଲେ ଗଜପତି ଏସ୍ ପି ଜୟରାମ ଶତପଥୀ , ଖଜୁରିପଦା ଫାଣ୍ଡି ପୋଲିସ ଗତକାଲି ଗାଡି ତନଖି ସମୟରେ ସନ୍ଦେହଜନକ ଭାବରେ ଗୋଟିଏ ଗ୍ଳାମର ମଟର ସାଇକେଲ କୁ ଯାଞ୍ଚ କରିଥିଲା , ଯାଞ୍ଚ ରୁ ଗାଡି ଚାଳକ ଓ ଗାଡିର ଦସ୍ତାବିଜର ଉଲ୍ଲେଖ ମାଲିକଙ୍କ ନାମ ତାଳ ମେଳ ନଖାଇବାରୁ ପୋଲିସ ତଦନ୍ତ କରି ଚୋରା ମଟର ସାଇକେଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।
ଏହାକୁ ଭିତ୍ତିକରି ପୋଲିସ ଅଧିକ ତଦନ୍ତ କରିବା ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ଅଭିଯୁକ୍ତ ସୁଶାନ୍ତ ସାମଲ ଯେକି ନକଲି ଦସ୍ତାବିଜ ପ୍ରସ୍ତୁତ କରି ଚୋରା ଗାଡି ବିକ୍ରି କରୁଥିବା ଜାଣିବାକୁ ପାଇଥିଲା । ଏହାପରେ ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମନେ ପୋଲିସ ତଦନ୍ତ ସମୟରେ ଗିରଫ କରିଥିବା ସୁଚନା ଦେଇଛନ୍ତି ଗଜପତି ଏସ୍ ପି ଜୟରାମ ଶତପଥୀ । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ହରି ଦଳବେହେରା , ସୁଶାନ୍ତ ସାମଲ ,
ରାୟଗଡା ଜିଲ୍ଲାର ଶ୍ରୀକାନ୍ତ ପାଳ ,ଅଭିନାସଶବର ,ଶରତଶବର ,ପାରଳାଖେମୁଣ୍ଡି ର ଭାଗେଶ୍ବର ଅଧିକାରୀ , ସେରଙ୍ଗ ଅଞ୍ଚଳର ଇସ୍ରାଏଲ ରଈତ ଙ୍କୁ ପୋଲିସ ଗିରଫ କରିବା ସହ ୨୪ ଟି ଚୋରା ମଟର ସାଇକେଲ । ଜବତ କରିଛି ସେରଙ୍ଗ ପୋଲିସ ଆଗକୁ ଆଉରି ତଦନ୍ତ ଜାରି ରହିଛି ଆହୁରି କିଛି ଲୋକ ଏହି ଘଟଣାରେ ସଂପୃକ୍ତ ଥିବା ସୂଚନା ପ୍ରଦାନ କରିଛନ୍ତି ଗଜପତି ଏସପି

No Result
View All Result