No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାରଗୁମ୍ମାବ୍ଲକର ସଦର ମହକୁମା ଗୁମ୍ମା ଠାରେ ବ୍ଲକରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ନେଇ ଭାରତୀୟ ମଜଦୂର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମୟରେ କର୍ମରତ ଆଶା କର୍ମୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ନିଜର ଅଧିକାରରୁ ବଞ୍ଚିତ ହେଉଥିବା ବେଳେ ଉଚିତ ପ୍ରାପ୍ୟ ନ ପାଇ ହତାଶ ନିରାଶ ହେବାକୁ ପଡ଼ିଥାଏ। ତେବେ ଆଶା କର୍ମୀମାନଙ୍କୁ ନ୍ୟାୟିକ ସହଯୋଗ କରାଇବା ପାଇଁ ସବୁ ସମୟରେ ରହି ଆସିଛି।

ଆଜି ଭାରତୀୟ ମଜଦୂର ସଂଘର ଜିଲ୍ଲା ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଗୁମ୍ମା, ସେରଙ୍ଗ, ଗାଇବା, ତରଙ୍ଗଡା ଓ ନାମନଗଡ ସେକ୍ଟରର ଶତାଧିକ ଆଶାକର୍ମୀ ଯୋଗ ଦେଇ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ବେଳେ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ ଭାରତୀୟ ମଜଦୂର ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ,

ସମ୍ପାଦକ ସୁଜିତ ପ୍ରଧାନ, ଉପ ସଭାପତି ଶଂକର ଚରଣ ଗୈାଡ ପ୍ରମୁଖ ଉପସ୍ଥିତ ରହି ଆଶା କର୍ମୀମାନଙ୍କ ସଙ୍ଗଠନ ସୁଦୃଢ କରିବାକୁ ଆହ୍ବାନ ଦେବା ସହ ଆଶା କର୍ମୀଙ୍କ ମନୋବଳ ବୃଦ୍ଧି କରିଥିଲେ। ଗୁମ୍ମା ସେକ୍ଟର ଆଶା କର୍ମୀ ସବିତା ସିଂ ସଭା ପରିଚାଳନା କରିଥିବା ବେଳେ ଅନିଭା ପାଣି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବ୍ଲକର ପାଞ୍ଚଟି ସେକ୍ଟରର ଶତାଧିକ ଆଶା ଯୋଗ ଦେଇଥିଲେ।

No Result
View All Result