No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୋଡାମାରୀର ରାଜା ସାହେବ ଶ୍ରୀଯୁକ୍ତ ଉଦୟ ନାରାୟଣ ଦେଓଙ୍କ ହୃଦରୋଗରେ ୮୪ ବର୍ଷ ବୟସରେ ଦେହାନ୍ତ ଖବର ପାଇ ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଶକ୍ତି ଦବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଶ୍ରୀଯୁକ୍ତ ଦେଓ ଓଡିଶା ବିଧାନ ସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ ୧୯୭୪, ୧୯୭୭ ଏବଂ ୧୯୮୦ । ସେ ବିଧାୟକ ଥିବା ସମୟରେ ନିଜ ଅଞ୍ଚଳର ଲୋକଙ୍କ ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଯାଇଛନ୍ତି । ତାଙ୍କର ମୋହନା ନିର୍ବାଚନ ପ୍ରତି ଅବଦାନ ଅତୁଳନୀୟ ।

ଖାଲି ସେ ବିଧାୟକ ନଥିଲେ ସେ ଜଣେ ପକ୍ଷୀ ପିଷାରଦ ମଧ୍ୟ ଥିଲେ । ପୃଥିବୀର ବିଭିନ୍ନ ଦେଶରେ ଓ ବିଭିନ୍ନ ରାଜ୍ୟରେ ଯେଉଁ ବିଭିନ୍ନ ପ୍ରକାର ପକ୍ଷୀ ରହିଥାନ୍ତି ସେହି ପକ୍ଷୀ ମାନଙ୍କ ଉପରେ ତାଙ୍କର ସନ୍ଦର୍ବ ଓ ଲେଖା ସାରା ବିଶ୍ଵର ପକ୍ଷୀ ବିଷାରଦମାନେ ତାଙ୍କ ନିକଟକୁ ଆସି ଆଲୋଚନା କରୁଥିଲେ ତାଙ୍କ ଜୀବନକାଳ ଭିତରେ ମୋହନା ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଓ ଗଜପତି ଅଞ୍ଚଳରେ ଥିବା ଜନସାଧାରଣଙ୍କ ଅତି ପ୍ରିୟ ଥିଲେ ଏବଂ ଜନସାଧାରଣଙ୍କ ବହୁ କାମ କରିଥିଲେ । ଆଜି ସକାଳ ୦୮.୩୦ ଘଣ୍ଟା ସମୟରେ ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଖବର ପାଇ ଶ୍ରୀଯୁକ୍ତ ଦେଓଙ୍କ ସୁପୁତ୍ର

ଶ୍ରୀ ବୀର କେଶର ଦେଓଙ୍କ ସହିତ ଫୋନ ମାଧ୍ୟମରେ କଥାବାର୍ତ୍ତା କଲେ ଏବଂ ତାଙ୍କ ମର ଶରୀରକୁ ସିଧା ପୋଡାମାରୀ ନନେଇ ବିଧାନ ସଭା ପରିସରକୁ ଆଣିବା ପାଇଁ ଅନୁରୋଧ କରିଥିଲେ ତାଙ୍କ ଅନୁରୋଧ ରକ୍ଷା କରି ଶ୍ରୀଯୁକ୍ତ ଦେଓଙ୍କ ପୁତ୍ର ବୀର କେଶର ଦେଓ ସହମତି ପ୍ରକାଶ କରିଥିଲେ ଏବଂ ସକାଳ ୧୦.୦୦ ଘଣ୍ଟା ସମୟରେ ବିଧାନ ସଭାକୁ ତାଙ୍କ ମରଶରୀରକୁ ଧରି ଆସିଥିଲେ । ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ବିଧାନ ସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ଏବଂ ଅନ୍ୟାନ୍ୟ ବିଧାନ ସଭା କର୍ମଚାରୀଙ୍କ ଗହଣରେ ତାଙ୍କୁ ବିଧାନ ସଭା ପକ୍ଷରୁ ପୁଷ୍ପମାଲ୍ୟ ଦିଆଯାଇଥିଲା ଏବଂ ପୋଲିସ ପକ୍ଷରୁ ଗାର୍ଡ ଓଫ ହନର ଦିଆଯାଇଥିଲା ତାପରେ ତାଙ୍କ ମର ଶରୀର ପୋଡାମାରୀ ଅଭିମୁଖେ ଯାତ୍ରା କରିଥିଲା ।

No Result
View All Result